ବିଶ୍ୱ ସୁନ୍ଦରୀ ଐଶର୍ଯ୍ୟା ଏବଂ ତାଙ୍କ ଝିଅଙ୍କୁ କରୋନା : ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍
1 min readମୁମ୍ବାଇ: କରୋନା କବଳରେ ବଚ୍ଚନ ପରିବାର । ଜୟା ବଚ୍ଚନକୁ ବଦ୍ ଦେଲେ ପରିବାର ଅନ୍ୟ ୪ ଜଣ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ । ଗତକାଲି ବଲିଉଡ୍ ମହାନାୟକ ଅମିତାଭ୍ ବଚ୍ଚନ ଓ ପୁତ୍ର ଅଭିଷେକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରବିବାର ଐଶର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହେଲେ ସୌଭାଗ୍ୟ ବସତଃ କରୋନା କବଳରୁ ବର୍ତ୍ତି ଯାଇଛନ୍ତି ବିଗତ ଦିନର ଅଭିନେତ୍ରୀ ତଥା ବର୍ତ୍ତମାନର ସାଂସଦ ଜୟା ବଚ୍ଚନ ।
କିନ୍ତୁ ଗତକାଲି ଐାଶର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ୍ ଆସିଲା ପରେ ଆଜି ପୁନଃ ପରୀକ୍ଷଣ କରାଯାଇଥିଲା ଏବଂ ସେମାନେ ଉଭୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏଣୁ ଜୟ ବଚ୍ଚନ ଆଗକୁ କରୋନା ପଜିଭିଟ୍ ଚିହ୍ନଟ ହୋଇନପାରନ୍ତି ଏଭଳି ଆାଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।
T 3590 -I have tested CoviD positive .. shifted to Hospital .. hospital informing authorities .. family and staff undergone tests , results awaited ..
All that have been in close proximity to me in the last 10 days are requested to please get themselves tested !— Amitabh Bachchan (@SrBachchan) July 11, 2020
ଶନିବାର ବିଳମ୍ବିତ ରାତିରେ ତାଙ୍କ ଶ୍ୱଶୁର ତଥା ବଲିଉଡ୍ର ବିଗ୍ ବି ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା । ତୁରନ୍ତ ତାଙ୍କୁ ନାନାବତୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପେ ଏଶ୍ୱର୍ଯ୍ୟାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏନେଇ ଅଭିଷେକ୍ ଓ ଅମିତାଭ୍ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ ।
Earlier today both my father and I tested positive for COVID 19. Both of us having mild symptoms have been admitted to hospital. We have informed all the required authorities and our family and staff are all being tested. I request all to stay calm and not panic. Thank you. ??
— Abhishek ???????? (@juniorbachchan) July 11, 2020
ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସ୍ୱାବ୍, ଟେଷ୍ଟ ପାଇଁ ଦିଆଯାଇଥିବା ବେଳେ ଏବେ ସୁଦ୍ଧା କୌଣସି ରିପୋର୍ଟ ସାମ୍ନାକୁ ଆସି ନାହିଁ ।