ଡାକ୍ତରଖାନାରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା, ୫ ଦିନ ପୂର୍ବରୁ ହୋଇଥିଲା କରୋନା

ମୁମ୍ବାଇ: ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କୁ କରୋନା ପଜିଟିଭ ହେବାର ୫ ଦିନ ପରେ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଶନିବାର ରାତିରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଏକ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ନିଜକୁ କରୋନା ପଜିଟିଭ୍ ବୋଲି ଘୋଷଣା କରିଥିଲେ ।

ଶନିବାର ଦିନ ଅମିତାଭ ଏବଂ ଅଭିଷେକ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରବିବାର ଦିନ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା । ଅବଶ୍ୟ, ଉଭୟରେ କରୋନା ଲକ୍ଷଣ ନଥିବାରୁ ତାଙ୍କୁ ନିଜ ଘରେ ହୋମ୍‌ ଆଇସୋଲେସନରେ ରଖାଯାଇଥିଲା । କିନ୍ତୁ ସୂଚନା ଅନୁଯାୟୀ ଉଭୟଙ୍କୁ ଶୁକ୍ରବାରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ତାଙ୍କ ଦେହ ପୂର୍ବାପେକ୍ଷା ଅଧିକ ଖରାପ ହୋଇଥିଲା । ସେଥିପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ଡାକ୍ତରଖାନାରେ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ବୋଲି କୁହାଯାଉଛି । ବିଗ୍ ବି ସୋସିଆଲ୍ ମିଡିଆ ମାଧ୍ୟମରେ କ୍ରମାଗତ ଭାବରେ ତାଙ୍କ ପ୍ରଶଂସକଙ୍କୁ ବାର୍ତ୍ତା ପଠାଉଛି । ନିକଟରେ ଅମିତାଭ ଟ୍ୱିଟ୍ କରି ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି ।

Leave a Reply