spot_img

Latest Posts

କରୋନା ଯୁଦ୍ଧରେ ଏୟାରଲାଇନ୍ସ ଦେଖାଇଲା ଦମ୍: ୭ ଲକ୍ଷ କିମି ଉଡାଣ,ପହଞ୍ଚାଇଲା ୪୩୦୦ ଟନ୍ ଜରୁରୀକାଳୀନ ଜିନିଷ

ନୂଆଦିଲ୍ଲୀ: କରୋନା ଏବଂ ଲକଡାଉନ୍ ସମୟରେ ଯେତେବେଳେ ଦେଶରେ ଯାତ୍ରୀବାହୀ ବିମାନ ଚାଲୁ ନାହିଁ, ସେହି ସମୟରେ ଭାରତୀୟ ଏୟାରଲାଇନ୍ସ ଏହି ଯୁଦ୍ଧ କାଳୀନ ପରିସ୍ଥିତିରେ ନିଜର ଯୋଗଦାନ ଦେଇଛି । ଭାରତୀୟ ଏୟାରଲାଇନ୍ସ ଲକଡାଉନ୍ ପରେ ୬୨୬ ଉଡ଼ାଣ ଦ୍ୱାରା ଦେଶ ବିଦେଶର ୭ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ୪୩୦୦ ଟନ କୋର୍ଗୋ ବିତରଣ କରିଛି । ଏଥିରେ ଔଷଧ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ଅନ୍ତର୍ଭୁକ୍ତ ରହିଛି । କାର୍ଗୋ ବିମାନ ଚଳାଚଳ କରୁଥିବା ଏୟାରଲାଇନ୍ସ ମଧ୍ୟରେ ଏୟାର ଇଣ୍ଡିଆ, ସ୍ପାଇସଜେଟ, ଇଣ୍ଡିଗୋ, ଗୋଏୟାର୍, ଏୟାର ଏସିଆ ଏବଂ ବ୍ଲୁ ଡାର୍ଟ ଅନ୍ତର୍ଭୁକ୍ତ।

ଏହି ବିମାନଗୁଡ଼ିକ ଦ୍ୱାରା ମାସ୍କ, ଗ୍ଲୋଭସ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ପରିବହନ କରାଯାଇଥିଲା | ଏଥିମଧ୍ୟରେ ସରକାରଙ୍କ ଦ୍ୱାର ପଠାଯାଉଥିବା ମାଗଣା ଔଷଧ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଏହିପରି ୨୧୪ ଟି କାର୍ଗୋ ବିମାନ ମାଧ୍ୟମରେ ଦେଶର ଦୁର୍ଗମ ଅଞ୍ଚଳକୁ ଔଷଧ ଯୋଗାଇ ଦିଆଯାଉଥିଲା। ଏୟାର ଇଣ୍ଡିଆ ଏବଂ ଏହାର ସହାୟକ କମ୍ପାନୀ ଆଲାଇନ୍ସ ଏୟାର ଏହିପରି ୧୨୮ ଟି ବିମାନ ଚଳାଚଳ କରିଥିଲା ​​ଏବଂ ଲାଇଫଲାଇନ ଫ୍ଲାଇଟ୍ ସ୍କିମ୍ ଅଧୀନରେ ୨ ଲକ୍ଷ କିଲୋମିଟର ଅତିକ୍ରମ କରିଥିଲା।

ଘରୋଇ ଏୟାରଲାଇନ୍ସ ସ୍ପାଇସଜେଟ୍ ୨୮୬ ଟି ବିମାନ ଚଳାଚଳ କରି ୪ ଲକ୍ଷ କିଲୋମିଟର ଅତିକ୍ରମ କରିଛି, ଯେଉଁଥିରେ ୮୭ ଟି ଆନ୍ତର୍ଜାତୀୟ ବିମାନ ଅଛି | ସେହିଭଳି ଇଣ୍ଡିଗୋ ପ୍ରାୟ ୨୨ ହଜାର କିଲୋମିଟର ଅତିକ୍ରମ କରି ୨୫ କାର୍ଗୋ ବିମାନ ଚଳାଚଳ କରିଥିଲା ​​ଏବଂ ୨୧.୭୭ ଟନ୍ ମାଲ ପରିବହନ କରିଥିଲା ​​| ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଲାଇଫଲାଇନ ବିମାନ ଅଧୀନରେ ୨୧୪ ଟି ସ୍ୱତନ୍ତ୍ର ବିମାନ ଚଳାଚଳ କରିଥିଲା।

ଉଲ୍ଲେଖନୀୟ କଥା ହେଉଛି, ମାର୍ଚ୍ଚ ୨୪ ରେ, ପ୍ରଧାନମନ୍ତ୍ରୀ ମୋଦୀ ଦେଶବ୍ୟାପୀ ୨୧ ଦିନର ଲକଡାଇନ ଘୋଷଣା କରିଥିଲେ, ଯାହା ମାର୍ଚ୍ଚ ୨୫ ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏହି ସମୟ ମଧ୍ୟରେ ବିମାନ, ଟ୍ରେନ୍, ବସ୍, ସମସ୍ତ ପ୍ରକାର ପରିବହନ ବନ୍ଦ ରହିଥିଲା। ବର୍ତ୍ତମାନ ଆଜି ଅର୍ଥାତ୍ ୧୪ ଏପ୍ରିଲରେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ଏହାଦ୍ୱାର ବିମାନ ସେବା ଗୁଡ଼ିକୁ ବହୁ କ୍ଷତି ସହିବାକୁ ପଡ଼ୁଛି । କିନ୍ତୁ ଦେଶରେ କରୋନା ବୃଦ୍ଧି ହେତୁ ସରକାରଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ। ସଂପୂର୍ଣ୍ଣ ଲକଡାଉନ୍ ସତ୍ତ୍ୱେ ଦେଶରେ କରୋନା ଭାଇରସ୍ ଏହାର ବ୍ୟାପକ ପ୍ରଭାବ ଦେଖାଉଛି | ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୩୬୩ ରେ ପହଞ୍ଚିଛି ଏବଂ ୩୩୯ ଜଣ ଲୋକ ଏଥିରେ ପ୍ରାଣ ହରାଇଛନ୍ତି।

Latest Posts

Don't Miss