ଲକଡାଉନ: ପାର୍କିଂରେ ଏୟାର କଂପାନୀଙ୍କ ମଧ୍ୟରେ କଥାବାର୍ତ୍ତା

1 min read

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ସମଗ୍ର ବିଶ୍ୱ ଅସ୍ଥିର ହୋଇପଡିଛି। ଏଭଳି ପରିସ୍ଥିତିରେ ଜନସାଧାରଣ ନିଜ ଘରେ ତାଲା ପକାଇ ଅଛନ୍ତି। ସ୍କୁଲ, କଲେଜ, ସିନେମା ହଲ୍, ହୋଟେଲ, ରେଳ ଏବଂ ବିମାନ ସେବା ବନ୍ଦ ରହିଛି । ହେଲେ, ଟ୍ୱିଟରରେ ଏୟାରଲାଇନ୍ସ ମଧ୍ୟରେ ଏପରି ଆଲୋଚନା ହୋଇଥିଲା ଯେ ମାମଲା ଟ୍ରେଣ୍ଡ ହୋଇଯାଇଛି ! କେହି ଭାବିନଥିବେ ଯେ ଏମିତି କିଛି ହୋଇପାରେ । ବାସ୍ତବରେ, ଏପ୍ରିଲ୍ ୧୦ ତାରିଖରେ, ଦେଶର କିଛି ବିମାନ କମ୍ପାନୀ ଟ୍ୱିଟରରେ କଥା ହେବା ଆରମ୍ଭ କରିଥିଲେ। ଠିକ୍ ସେହିଭଳି ଯେମିତି ଲୋକେ ନିଜ ପଡ଼ୋଶୀ କିମ୍ବା ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ହୁଅନ୍ତି ।

ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ଏହା ଆରମ୍ଭ ହୋଇଥିଲା । ସେ ପ୍ରଥମେ ଟ୍ୱିଟ୍ କରି ଲେଖିଥିଲା, ‘ଏୟାର ଭିଷ୍ଟାରା, ଶୁଣିବାକୁ ମିଳୁଛି ଯେ, ଭିଷ୍ଟାରା ଆଜିକାଲି ଉଡୁ ନାହିଁ । ଏଥିସହ, ପାର୍କିଂରେ ରହିବାକୁ ଏବଂ ସୁରକ୍ଷିତ ରହିବାକୁ କହିଛନ୍ତି । ଏହି ଟୁଇଟ୍ ର ଜବାବରେ ଏୟାର ଭିଷ୍ଟାରା ଏୟାରଲାଇନ୍ସ ଲେଖିଛି, ନୋ ଇଣ୍ଡିଗୋ। ଆଜିକାଲି ଉଡାନ ନହେବା ହିଁ ଭଲ । ଉଡ଼ାଣ କରିବା ବୁଦ୍ଧିମାନ ନିଷ୍ପତ୍ତି ହେବ ନାହିଁ । ଏହା ପରେ ଗୋ ଏୟାରକୁ ଭିଷ୍ଟାରା ଏନେଇ ରାୟ ମାଗିଛି ।

ଏହା ପରେ ‘ଗୋ ଏୟାର’ ଉତ୍ତର ଦେଇଛି ଯେ, ‘ଏୟାର ଭିଷ୍ଟାରା ସମ୍ପୂର୍ଣ୍ଣ ଭାବେ ଠିକ୍ କହିଛି । ଏବେ ଘରେ ରହିବା ହିଁ ସୁରକ୍ଷିତ । ଯେତେ ଯାଏଁ କେହି ବିମାନ ଉଡାଣ  ଆରମ୍ଭ କରିନାହାନ୍ତି, ସେତେ ଯାଏଁ ସେମାନେ ଅପେକ୍ଷା କରିପାରିବେ । କାରଣ ବର୍ତ୍ତମାନ ଲୋକମାନେ ବିମାନ ଯାତ୍ରା କରିବେ ନାହିଁ  । ଏନେଇ ଗୋ ଏୟାର, ଏୟାର ଏସିଆ କୁ ନିଜ ରାୟ ମାଗିଥିଲା । ଏୟାର ଏସିଆ ଜବାବ ଦେଇଥିଲା  ଯେ, ବର୍ତ୍ତମାନ ଘରେ ରହିବା ସର୍ବୋତ୍ତମ ହେବ । ଏହା ପୁଣି ସ୍ପାଇସଜେଟ୍ କୁ ପଚାରାଯାଇଥିଲା ।

ସ୍ପାଇସଜେଟ୍ ମଧ୍ୟ ସମସ୍ତଙ୍କ ଭଳି ନିଜ ପ୍ରତିକ୍ରିୟା ରଖିଥିଲା । ସ୍ପାଇସ୍ ଜେଟର ପ୍ରତିକ୍ରିୟା କିଛି ଏମିତି ଥିଲା- ଏହା ଜାଣି ଭଲ ଲାଗିଛି ଯେ, ତାଙ୍କ ଚିନ୍ତାଧାରା ତାଙ୍କର ରଙ୍ଗ ସହିତ ସମାନ । ପକ୍ଷୀମାନେ ଅନେକ ଦିନରୁ ଉଡ଼ିନାହାନ୍ତି ସତ କିନ୍ତୁ ଆସନ୍ତାକାଲିର ଭଲ ପାଇଁ ଏହା କରିଥିବାରୁ ସେ ବେଶ ଖୁସି । ଏହା ପରେ ଦିଲ୍ଲୀ ବିମାନବନ୍ଦର ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଲେଖିଛି ଯେ,“ ସମସ୍ତ ବିମାନ କମ୍ପାନୀ ସହ ସେମାନେ ସହମତ ଅଛନ୍ତି।

ଦିଲ୍ଲୀ ଏୟାରପୋର୍ଟ ଅନୁସାରେ, ଖୁବ୍ ଶୀଘ୍ର ଭାରତର ଆକାଶ ସମସ୍ତଙ୍କ ପାଇଁ ରଙ୍ଗରେ ପରିପୂର୍ଣ୍ଣ ହେବ । ଏହି ସମୟରେ ତାଙ୍କୁ ହସିବାର ଗୋଟେ କାରଣ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ମଧ୍ୟ କହିଛି ଦିଲ୍ଲୀ ଏୟାରପୋର୍ଟ । ”ଶେଷରେ ଇଣ୍ଡିଗୋ କହିଛି ଯେ,“ଆପକେ ସାଥ ହମ ମଜବୁତ ହେଁ” ।

ଏବଂ ତା’ପରେ ଟ୍ୱିଟରରେ ଏକ ଲମ୍ବା ଚାଟ୍ ଆରମ୍ଭ ହୋଇଥିଲା। ଲୋକମାନେ ଏହି ଚ୍ୟାଟ୍ ନେଇ ଚର୍ଚ୍ଚା କରୁଛନ୍ତି । ସମସ୍ତେ ଘରେ ଥିବାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଆଲୋଚନା କରି ସମସ୍ତ ଏୟାରଲାଇନ୍ସ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି ।

Leave a Reply