କେଦାରନାଥରେ ଫସିଥିବା କେନ୍ଦୁଝରର ୪ କାଉଡିଆଙ୍କୁ କରାଯାଇପାରେ ଏୟାରଲିଫ୍ଟ

ନନ୍ଦିଘୋଷ ବ୍ୟୁରୋ: କେଦାରନାଥରେ ଫସିଥିବା କେନ୍ଦୁଝରର ୪ କାଉଡିଆଙ୍କୁ କରାଯାଇପାରେ ଏୟାରଲିଫ୍ଟ। ଏନେଇ ରୁଦ୍ରପ୍ରୟାଗ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।  ରୁଦ୍ରପ୍ରୟାଗ ଜିଲ୍ଲାପାଳଙ୍କ ସହ ରେସ୍କ୍ୟୁ ପ୍ରସଙ୍ଗରେ କଥା ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ।  ପାଗ ଅନୁକୂଳ ହେଲେ ସେମାନଙ୍କୁ ଉଦ୍ଧାର କରାଯିବା ସମ୍ଭାବନା ରହିଛି। କାଉଡିଆଙ୍କ ମଧ୍ଯରେ ତେଲକୋଇ ବ୍ଲକର ୩ଜଣ ଓ ସଦର ବ୍ଲକର ଜଣେ ଥିବା ସୂଚନା ମିଳିଛି। ଗତ ୨୭ ତାରିଖରୁ ଯାଇଥିଲେ ତେବେ ରାସ୍ତାରେ ଭୂସ୍ଖଳନ ହେବାରୁ ଖାଇବା ପିଇବାକୁ ନପାଇ ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି ।ଦୀର୍ଘ ୪ ଜଣ ହେବ ସେମାନେ ଫସି ରହିଥିବା ଖବର ମିଳିଛି।ସେମାନେ ହେଲେ ତେଲକୋଇ ସରୁଆଳିର କାର୍ତିକେଶ୍ୱର ଖିଲାର, ଜଗମୋହନପୁରର ସଦାନନ୍ଦ ସାହୁ, ଦୋବଲାପାଳ ଚନ୍ଦ୍ରଶେଖରପୁରର ମହେଶ୍ୱର ପ୍ରଧାନ ଏବଂ କେନ୍ଦୁଝର ସଦର ବ୍ଲକ କେମ୍ପସଢାର ଋଷିନାଥ ମହାନ୍ତ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବାବେଳେ ସେମାନେ ଖାଇବା ପିଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେଠାରେ ପ୍ରାୟ ୨୦୦ରୁ ଅଧିକ ଲୋକ ଫସି ରହିଥିବା ପରିବାର ଲୋକେ କହିଛନ୍ତି।ତେଲକୋଇ ଜଗମୋହନପୁର ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ପ୍ରଧାନ ତେଲକୋଇ ତହସିଲଦାରଙ୍କୁ ଏବାଦରେ ଲେଖି ପ୍ରସାଶନର ପଦକ୍ଷେପ ଲୋଡିଛନ୍ତି। ତେଲକୋଇ ତହସିଲଦାର ଅନୁପମା ମୁର୍ମୁ ଏବାବଦରେ ଜିଲ୍ଲା ପ୍ରଶାସନକୁ ଜଣାଇ ଥିବା କହିଛନ୍ତି। ପରିବାର ଲୋକେ ଚିନ୍ତାରେ ରହିଛନ୍ତି।

ନଜର ପକାନ୍ତୁ