ଭୁବନେଶ୍ୱରରେ ୟୁପି ଡ୍ରଗ୍ସ ମାଫିଆ, ପୋଲିସ ଜବତ କଲା ୨୫ଲକ୍ଷର ଧଳା ଜହର

ଭୁବନେଶ୍ୱର: ରାଜଧାନୀରୁ ୨୫ଲକ୍ଷର ବ୍ରାଉନସୁଗାର ଜବତ । ସୁନ୍ଦରପଦା ହାଇଟେକ ଛକରୁ ଧଳା ଜହର ଜବତ କରିଛି ଏୟାରଫିଲ୍ଡ ଥାନା ପୋଲିସ । ବ୍ରାଉନସୁଗାର କାରବାରରେ ୟୁପିର ଡ୍ରଗ୍ସ ମାଫିଆ ଆନନ୍ଦ କୁମାରକୁ ଗିରଫ କରିଛି ପୋଲିସ । ଆନନ୍ଦଠାରୁ ୨୫୦ଗ୍ରାମ ବ୍ରାଉନସୁଗାର ସହ ନଗଦ ୭୬୦୦ଟଙ୍କା ଓ ୨ଟି ମୋବାଇଲ ଜବତ କରିଛି ପୋଲିସ ।
ମିଳିଥିବା ସୂଚନା ମୁତାବକ ବ୍ରାଉନସୁଗାର ମାଫିଆ ଭୁବନେଶ୍ବର କାର୍ଗିଲ ବସ୍ତିରେ ରହୁଥିଲା । କିଛିଦିନ ଧରି ଧଳାଜହର କାରବାର ବୃଦ୍ଧି ପାଇଥିବା ବେଳେ କମିଶନରେଟ ପୋଲିସ ଅପରେସନ ହ୍ୱାଇଟ ସ୍ପାଇଡର ଜାରି ରଖିଛି । ଚଳିତବର୍ଷ ଭୁବନେଶ୍ବରରୁ ୬କେଜି ବ୍ରାଉନସୁଗାର ଜବତ ହୋଇଥିବା ବେଳେ ମୋଟ ୬୮ଜଣଙ୍କୁ ଗିରଫ କରାଯାଇଛି ।