ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ
1 min read
ଭୁବନେଶ୍ବର: ରାଉରକେଲାରୁ କୋଲକାତାକୁ ବିମାନ ସେବା । ରାଜ୍ୟ ସରକାରଙ୍କ ସହଯୋଗରେ ପ୍ରଥମ ଥର ପାଇଁ ରାଉରକେଲା ଓ କୋଲକାତା ମଧ୍ୟରେ ଆରମ୍ଭ ହେଉଛି ବିମାନସେବା । ଏଥିପାଇଁ ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ଜରିଆରେ ଅର୍ଥ ଯୋଗାଇ ଦେଉଛନ୍ତି । ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏହା ଦ୍ବାରା ଯାତ୍ରୀମାନେ ମାତ୍ର ଦେଢ ଘଣ୍ଟାରେ ରାଉରକେଲାରୁ କୋଲକାତା ଯାତ୍ରା କରିପାରିବେ । ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ ଯଥା- ମଙ୍ଗଳବାର, ଗୁରୁବାର, ଶନିବାର ବିମାନ ସେବା ଯୋଗାଇ ଦିଆଯିବ । ଏହାଦ୍ବାରା ସୁନ୍ଦରଗଡ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି । ରାଉରକେଲାରୁ କୋଲକାତାକୁ ପ୍ରାରମ୍ଭିକ ବିମାନ ଦେୟ ୧ ହଜାର ୯୯୯ ଟଙ୍କା ରହିଛି।