ଭାରତୀୟ ବାୟୁସେନାର କମାଣ ସମ୍ଭାଳିବେ ଭିଆର୍ ଚୌଧୁରୀ

1 min read
Air Marshal VR Chaudhari To Be The Next Chief of Air Staff

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ହେବେ ଭିଆର୍ ଚୌଧୁରୀ । ଏବେ ସେ ବାୟୁସେନାର ଉପମୁଖ୍ୟ ଅଛନ୍ତି । ବାୟୁସେନା ମୁଖ୍ୟ ଥିବା ଏୟାର ଚିଫ୍ ମାର୍ଶଲ ଆରକେଏସ୍ ଭଦୁରିଆ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଅବସର ନେବେ । ୨୦୧୯ ସେପ୍ଟେମ୍ବର ୩୦ରେ ଆରକେଏସ୍ ଭଦୁରିଆ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଏୟାର ମାର୍ଶଲ ଭିବେକ ରାମ ଚୌଧୁରୀ ଚଳିତ ଜୁଲାଇରେ ବାୟୁସେନାର ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡରେ ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଥିଲେ । ଲଦାଖ ସହ ଉତ୍ତର ଭାରତରେ ଦେଶର ବାୟୁସୀମାରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିଲେ । ୧୯୮୨ ଡିସେମ୍ବର ୨୯ରେ ବାୟୁସେନାରେ ଯୋଗ ଦେଇଥିଲେ ଭିଆର୍ ଚୌଧୁରୀ ।

Image

ବାୟୁସେନାରେ ୩୮ ବର୍ଷର ସେବା କାଳରେ ସେ ବହୁ ଯୁଦ୍ଧ ଓ ପ୍ରଶିକ୍ଷମ ବିମାନ ଉଡ଼ାଇଛନ୍ତି । ପ୍ରାୟ ୩୮୦୦ ଘଣ୍ଟା ଆକାଶରେ ଉଡ଼ିଛନ୍ତି । ଏମଆଇଜି-୨୧, ଏମଆଇଜି-୨୩ ଏମଏଫ ଓ ସୁଖୋଇ-୩୦ ଭଳି ଯୁଦ୍ଧ ବିମାନ ଉଡ଼ାଇଛନ୍ତି ଭିଆର୍ ଚୌଧୁରୀ । ପୂର୍ବରୁ ସେ ବାୟୁସେନାର ବିଭିନ୍ନ ପଦ ପଦବୀରେ ସଫଳତାର ସହ କାର୍ଯ୍ୟ କରି ପାରଦର୍ଶିତା ଦେଖାଇଛନ୍ତି ।

Leave a Reply