ଭାରତୀୟ ବାୟୁସେନାର କମାଣ ସମ୍ଭାଳିବେ ଭିଆର୍ ଚୌଧୁରୀ
1 min readନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ହେବେ ଭିଆର୍ ଚୌଧୁରୀ । ଏବେ ସେ ବାୟୁସେନାର ଉପମୁଖ୍ୟ ଅଛନ୍ତି । ବାୟୁସେନା ମୁଖ୍ୟ ଥିବା ଏୟାର ଚିଫ୍ ମାର୍ଶଲ ଆରକେଏସ୍ ଭଦୁରିଆ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଅବସର ନେବେ । ୨୦୧୯ ସେପ୍ଟେମ୍ବର ୩୦ରେ ଆରକେଏସ୍ ଭଦୁରିଆ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
Government of India has decided to appoint Air Marshal VR Chaudhari, presently Vice Chief of Air Staff as the next Chief of Air Staff. Current Chief of Air Staff Air Chief Marshal RKS Bhadauria retires from Service on 30th Sep 2021: Defence Ministry pic.twitter.com/AQFo9i72ku
— ANI (@ANI) September 21, 2021
ଏୟାର ମାର୍ଶଲ ଭିବେକ ରାମ ଚୌଧୁରୀ ଚଳିତ ଜୁଲାଇରେ ବାୟୁସେନାର ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡରେ ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଥିଲେ । ଲଦାଖ ସହ ଉତ୍ତର ଭାରତରେ ଦେଶର ବାୟୁସୀମାରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିଲେ । ୧୯୮୨ ଡିସେମ୍ବର ୨୯ରେ ବାୟୁସେନାରେ ଯୋଗ ଦେଇଥିଲେ ଭିଆର୍ ଚୌଧୁରୀ ।
ବାୟୁସେନାରେ ୩୮ ବର୍ଷର ସେବା କାଳରେ ସେ ବହୁ ଯୁଦ୍ଧ ଓ ପ୍ରଶିକ୍ଷମ ବିମାନ ଉଡ଼ାଇଛନ୍ତି । ପ୍ରାୟ ୩୮୦୦ ଘଣ୍ଟା ଆକାଶରେ ଉଡ଼ିଛନ୍ତି । ଏମଆଇଜି-୨୧, ଏମଆଇଜି-୨୩ ଏମଏଫ ଓ ସୁଖୋଇ-୩୦ ଭଳି ଯୁଦ୍ଧ ବିମାନ ଉଡ଼ାଇଛନ୍ତି ଭିଆର୍ ଚୌଧୁରୀ । ପୂର୍ବରୁ ସେ ବାୟୁସେନାର ବିଭିନ୍ନ ପଦ ପଦବୀରେ ସଫଳତାର ସହ କାର୍ଯ୍ୟ କରି ପାରଦର୍ଶିତା ଦେଖାଇଛନ୍ତି ।