spot_img

Latest Posts

କିଏ ହେବ ଏୟାର ଇଣ୍ଡିଆର ମାଲିକ? ଆଜି ସ୍ପଷ୍ଟ ହେବ ଚିତ୍ର

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ମାଲିକ କିଏ ହେବ, ଏନେଇ ଆଜି କେନ୍ଦ୍ର ସରକାର ଔପଚାରିକ ଭାବେ ଘୋଷଣା କରିବେ। ଦୀର୍ଘ ୬୮ ବର୍ଷ ପରେ ପୁଣି ଟାଟା କମ୍ପାନୀ ପାଖକୁ ଫେରିବ ଏୟାର ଇଣ୍ଡିଆ। ଅର୍ଥାତ ଏବେ ଏୟାର ଇଣ୍ଡିଆ ସେବା ସରକାରୀରୁ ଘରୋଇ ହେବାକୁ ଯାଉଛି। ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ ଜେଟ ନିଲାମ ଡାକିଥିଲେ। ଆଉ ଏଥିରେ ଟାଟା ଗ୍ରୁପକୁ ମଞ୍ଜୁରି ମିଳିଥିଲା ।

ସୂଚନାଯୋଗ୍ୟ, ଜେଆରଡି ଟାଟା ୧୯୩୨ରେ ଟାଟା ଏୟାରଲାଇନ୍ସର ସ୍ଥାପନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିମାନ ସେବାକୁ ବନ୍ଦ କରି ଦିଆଯାଇଥିଲା। ପରେ ଯେତେବେଳେ ପୁଣି ବିମାନ ସେବା ସ୍ୱାଭାବିକ ହେଲା, ସେତେବେଳେ ୨୯ ଜୁଲାଇ ୧୯୪୬ରେ ଟାଟା ଏୟାରଲାଇନ୍ସ ପରିବର୍ତନ କରି ଏୟାର ଇଣ୍ଡିଆ ଲିମିଟେଡ୍ ରଖାଯାଇଥିଲା।

ଦେଶ ସ୍ୱାଧୀନ ହେବା ପରେ ଏୟାର ଇଣ୍ଡିଆର ୪୯ ପ୍ରତିଶତ ଅଂଶଧନ ସରକାର ନିଜ ଅଧିକୁ ନେଇଥିଲେ। ୧୯୫୩ରେ ଏହାର ରାଷ୍ଟ୍ରିୟକରଣ କରାଯାଇଥିଲା । ୨୦୧୮ରେ ଏୟାର ଇଣ୍ଡିଆକୁ ଘରୋଇକରଣ କରିବା ପାଇଁ ସରକାର ପ୍ରୟାସ କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇନଥିଲେ। କିନ୍ତୁ ଗତ ବର୍ଷ ଜାନୁଆରୀରୁ କେନ୍ଦ୍ର ସରକାର ପୁଣି ଥରେ ଏୟାର ଇଣ୍ଡିଆରୁ ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହାପରେ ନିଲାମୀ ଜରିଆରେ ଟାଟା ଏୟାର ଇଣ୍ଡିଆକୁ ନିଜ ଅଧିନକୁ ନେଇଛି।

Latest Posts

Don't Miss