ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଆରମ୍ଭ ହେଲା ମିଶନ, ୟୁକ୍ରେନ ଗଲା ପ୍ରଥମ ବିମାନ

1 min read

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହାରି ଭିତରେ ମଧ୍ୟରାତ୍ରୀରେ ପୁଟିନଙ୍କ ସମ୍ବୋଧନ ପରେ ଆହୁରି ବିଗିଡ଼ିଛି ସ୍ଥିତି । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ଯାହା ଫଳରେ ଚରମ ସୀମାରେ ପହଞ୍ଚିଛି ଋଷ-ୟୁକ୍ରେନ ବିବାଦ । ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତ ୟୁକ୍ରେନରେ ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଛି ।

ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ବି-୭୮୭ ଆଜି ସକାଳୁ ୟୁକ୍ରେନ ଯାଇଛି । ମିଳିଥିବା ସୂଚନା ଅନୁସାରେ ଏୟାର ଇଣ୍ଡିଆର ଏହି ସ୍ୱତନ୍ତ୍ର ବିମାନ ରାତି ୧୦ରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଆଣି ନୂଆଦିଲ୍ଲୀରେ ପହଞ୍ଚିବ । ଏହା ବ୍ୟତୀତ ଭାରତ ତରଫରୁ ଚଳିତ ମାସରେ ଆଉ ଦୁଇଟି ବିମାନ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଯିବ । ଦ୍ୱିତୀୟ ବିମାନ ୨୪ ଫେବ୍ରୁଆରୀରେ ଓ ତୃତୀୟ ବିମାନ ୨୬ ଫେବ୍ରୁଆରୀରେ ୟୁକ୍ରେନ ଯିବ ।

ଗୋଟିଏ ପଟେ ଭାରତ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଥିବାବେଳେ ସେପଟେ ଋଷ ୟୁକ୍ରେନର ଦୁଇଟି ସହରକୁ ସ୍ୱତନ୍ତ୍ର ପ୍ରଦେଶ ଘୋଷଣା କରିଛନ୍ତି ପୁଟିନ୍ । ସ୍ୱତନ୍ତ୍ର ପ୍ରଦେଶ ଘୋଷଣା କରିବା ସହ ୟୁକ୍ରେନକୁ ସେନା ପଠାଇବାକୁ ମଧ୍ୟ ଆଦେଶ ଦେଇଛନ୍ତି ପୁଟିନ୍ ।

Leave a Reply