୧୦ ଘଣ୍ଟାରୁ ଅଧିକ ସମୟ ଋଷରେ ଫସିଛନ୍ତି ଏୟାର ଇଣ୍ଡିଆ ବିମାନ ଯାତ୍ରୀ

1 min read

ମସ୍କୋ: ଏୟାର ଇଣ୍ଡିଆ ବିମାନ AI୧୮୩ ୧୦ ଘଣ୍ଟାରୁ ଅଧିକ ସମୟ ଋଷର କ୍ରାସନୋୟାସର୍କ ବିମାନ ବନ୍ଦରରେ ଫସି ରହିଛି  । ନୂଆଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ବିମାନର କାର୍ଗୋରେ ତ୍ରୁଟି କାରଣରୁ କ୍ରାସନୋୟାସର୍କ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି  ।

ବିମାନ ବନ୍ଦରରେ ଜରୁରୀ ଅବତରଣ ପରେ ୨୨୦ ଯାତ୍ରୀ ଓ ୧୯ କ୍ରୁ ମେମ୍ବରଙ୍କୁ ଟର୍ମିନାଲରେ ଓହ୍ଲାଇ ଦିଆଯାଇଥିଲା  । କିନ୍ତୁ ବିମାନ କର୍ତ୍ତୃପକ୍ଷ କ୍ରୁ ସଦସ୍ୟଙ୍କ ପାଇଁ ଖାଇବା ଓ ରହିବାର ହୋଟେଲରେ ବ୍ୟବସ୍ଥା କରିଛି । କିନ୍ତୁ ଯାତ୍ରୀଙ୍କ ପାଇଁ ଖାଇବା ରହିବାର ବ୍ୟବସ୍ଥା ନ ହୋଇଥିବାରୁ ବିମାନ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି  ।

ଦଶ ଘଣ୍ଟାରୁ ଅଧିକ ସମୟ ଧରି ଯାତ୍ରୀ ମାନେ ବିମାନ ବନ୍ଦରରେ ଅପେକ୍ଷା କରିଥିବାବେଳେ ବିମାନ କର୍ତ୍ତୃପକ୍ଷ କୌଣସି ବିକଳ୍ପ ବ୍ୟବସ୍ଥା କରିନାହାନ୍ତି  । ଯାହାକୁ ନେଇ ବିମାନ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି  ।