spot_img

Latest Posts

ଷ୍ଟକହୋମ ଏୟାରପୋର୍ଟରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ। ଆମେରିକାର ନେୱାର୍କରୁ ଦିଲ୍ଲୀ ଆସୁଥିବା ବୋଇଂ  777-300ER ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ବିମାନ ଉଡାଣ ଭରି ସାରିବା ପରେ ଗୋଟିଏ ଇଞ୍ଜିନରୁ ତେଲ ଲିକ୍ କରୁଥିବାରୁ ଏହା ବନ୍ଦ ହୋଇଯାଇଥିଲା।

ପରେ ବିମାନର ଦିଗ ପରିବର୍ତ୍ତନ କରି ପାଇଲଟ ସ୍ୱଡେନର ଷ୍ଟକହୋମରେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲେ । ନେୱାର୍କରୁ ଉଡାଣ ଭରିଥିବା ବିମାନ ଆଜି ଦିଲ୍ଲୀରେ ଅବତରଣ କରିଥାନ୍ତା । ମାତ୍ର ଉଡାଣ ଭରିବାର କିଛି ସମୟପରେ ଏହା ଷ୍ଟକହୋମ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା।

ତେବେ ବିମାନରେ ଥିବା ସମସ୍ତ ୩୦୦ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

ଏନେଇ ଡିଜିସିଏ କହିଛନ୍ତି, ଉଡାଣ ଭରିବାର କିଛି ସମୟ ପରେ ବିମାନର ଇଞ୍ଜିନରୁ ତେଲ୍ ଲିକ୍ କରିଥିଲା । ଯାହାପରେ ପାଇଲଟ୍ ତୁରନ୍ତ ବିମାନର ଜରୁରୀ ଅବତରଣ କରିଥିଲେ। ଲ୍ୟାଣ୍ଡିଂ ପୂର୍ବରୁ ଷ୍ଟକହୋମ ଏୟାରପୋର୍ଟରେ ଜରୁରୀ ବ୍ୟବସ୍ଥା କରାଯାଇଥିଲା। ଏମିତିକି ଏୟାରପୋର୍ଟରେ ଫାୟାର ବ୍ରିଗେଡ୍ ଟିମ୍ ପ୍ରସ୍ତୁତ ରହିଥିଲେ ।

 

Latest Posts

Don't Miss