ନର୍ଥ ପୋଲ୍ ଦେଇ ଦୁନିଆର ସବୁଠୁ ଦୀର୍ଘ ଏୟାର ରୁଟରେ ଉଡାଇଲେ ବିମାନ

1 min read

ନୂଆଦିଲ୍ଲୀ: ଇତିହାସ ରଚିଲେ ଏୟାର ଇଣ୍ଡିଆର ମହିଳା ପାଇଲଟ କ୍ୟାପଟେନ୍ ଜୋୟା ଅଗ୍ରଓ୍ୱାଲଙ୍କ ଟିମ୍ | ଦୁନିଆର ଦୀର୍ଘତମ ରୁଟ୍‌ରେ ବିମାନ ଚଳାଇ ଏହି କୀର୍ତ୍ତିମାନ ରଚିଛନ୍ତି ସେ |

ସୂଚନା ଅନୁଯାୟୀ, ଆମେରିକାର ସେନ୍ ଫ୍ରାନ୍ସିକୋ ସହରରୁ ଉଡ଼ାଣ ଭରିଥିବା ଏହି ବିମାନ ନର୍ଥ ପୋଲ ଦେଇ ବାଙ୍ଗାଲୁରୁରେ ପହଞ୍ଚିଛି | ଏହି ସମୟ ମଧ୍ୟରେ ବିମାନଟି ୧୬ ହଜାର କିଲୋମିଟର ଦୂର ଅତିକ୍ରମ କରିଛି | ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଥିଲା | କିଛି କିଛି ସମୟ ବ୍ୟବଧାନରେ ଏୟାର ଇଣ୍ଡିଆ ଟୁଇଟର ହ୍ୟାଣ୍ଡେଲରେ ବିମାନର ଲୋକେଶନ ନେଇ ସୂଚନା ମଧ୍ୟ ଦିଆଯାଉଥିଲା |

ଏହି ଟିମ୍‌ରେ କ୍ୟାପଟେନ୍ ଜୋୟାଙ୍କ ସହ କ୍ୟାପଟେନ୍ ପାପାଗାରୀ ଥାଇମନ, କ୍ୟାପଟେନ୍ ଆକାଂକ୍ଷା ଓ କ୍ୟାପଟେନ୍ ଶିବାନୀ ସାମିଲ ଥିଲେ | ମହିଳା କ୍ୟାପଟେନ୍‌ ଟିମ୍‌ର ଏହି ଐତିହାସିକ ଯାତ୍ରା ସମ୍ପର୍କରେ ଏୟାର ଇଣ୍ଡିଆ ପକ୍ଷରୁ ଟୁଇଟ କରାଯାଇଛି | ଓ୍ୱେଲକମ୍ ହୋମ୍, ମହିଳା ପାଇଲଟ୍‌ ଟିମ୍‌କୁ ଭାରତ ଗର୍ବିତ |

AI176 ବିମାନରେ ଥିବା ସମସ୍ତ ଯାତ୍ରୀ, ଯେଉମାନେ ଏହି ଐତିହାସିକ ଯାତ୍ରାର ଅଂଶବିଶେଷ ପାଲଟିଛନ୍ତି ସେମାନଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି | ପୂର୍ବରୁ ଏଭଳି ବିମାନ ଧ୍ରୁବୀୟ ବିମାନ ଉଡ଼ାଯାଇଛି | ହେଲେ ଏଥର ପ୍ରଥମଥର ପାଇ କ୍ୟାପଟେନ୍ ଟିମ୍‌ରେ ଆମ ସହ ସମସ୍ତ ମହିଳା ଅଛନ୍ତି |

ଖାଲି ଏତିକି ନୁହେଁ ଆମ ଦେଶର ନାରୀ ଶକ୍ତି ଐତିହାସିକ ସଫଳତା ସାଉଟିଛି ବୋଲି ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହର୍ଷଦୀପ ସିଂ ପୁରୀ ନିଜ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି |

ଏଥିସହିତ ମହିଳା ପାଇଲଟ୍‌ ଟିମ୍‌ର ଏହି ଚମତ୍କାରିତାକୁ ପ୍ରଶଂସା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ| ପ୍ରକୃତରେ ଏହା ଦେଶବାସୀଙ୍କ ପାଇ ଗର୍ବର ବିଷୟ ଏବଂ ମହିଳା କ୍ୟାପଟେନ୍ ଟିମ୍‌ର ଏହି କାର୍ଯ୍ୟ ଅନେକଙ୍କୁ ପ୍ରେରଣା ଯୋଗାଇବ ବୋଲି ନବୀନ ଟୁଇଟ ଯୋଗେ ପ୍ରକାଶ କରିଛନ୍ତି ।

Leave a Reply