ନର୍ଥ ପୋଲ୍ ଦେଇ ଦୁନିଆର ସବୁଠୁ ଦୀର୍ଘ ଏୟାର ରୁଟରେ ଉଡାଇଲେ ବିମାନ
1 min readନୂଆଦିଲ୍ଲୀ: ଇତିହାସ ରଚିଲେ ଏୟାର ଇଣ୍ଡିଆର ମହିଳା ପାଇଲଟ କ୍ୟାପଟେନ୍ ଜୋୟା ଅଗ୍ରଓ୍ୱାଲଙ୍କ ଟିମ୍ | ଦୁନିଆର ଦୀର୍ଘତମ ରୁଟ୍ରେ ବିମାନ ଚଳାଇ ଏହି କୀର୍ତ୍ତିମାନ ରଚିଛନ୍ତି ସେ |
ସୂଚନା ଅନୁଯାୟୀ, ଆମେରିକାର ସେନ୍ ଫ୍ରାନ୍ସିକୋ ସହରରୁ ଉଡ଼ାଣ ଭରିଥିବା ଏହି ବିମାନ ନର୍ଥ ପୋଲ ଦେଇ ବାଙ୍ଗାଲୁରୁରେ ପହଞ୍ଚିଛି | ଏହି ସମୟ ମଧ୍ୟରେ ବିମାନଟି ୧୬ ହଜାର କିଲୋମିଟର ଦୂର ଅତିକ୍ରମ କରିଛି | ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥିଲା | କିଛି କିଛି ସମୟ ବ୍ୟବଧାନରେ ଏୟାର ଇଣ୍ଡିଆ ଟୁଇଟର ହ୍ୟାଣ୍ଡେଲରେ ବିମାନର ଲୋକେଶନ ନେଇ ସୂଚନା ମଧ୍ୟ ଦିଆଯାଉଥିଲା |
ଏହି ଟିମ୍ରେ କ୍ୟାପଟେନ୍ ଜୋୟାଙ୍କ ସହ କ୍ୟାପଟେନ୍ ପାପାଗାରୀ ଥାଇମନ, କ୍ୟାପଟେନ୍ ଆକାଂକ୍ଷା ଓ କ୍ୟାପଟେନ୍ ଶିବାନୀ ସାମିଲ ଥିଲେ | ମହିଳା କ୍ୟାପଟେନ୍ ଟିମ୍ର ଏହି ଐତିହାସିକ ଯାତ୍ରା ସମ୍ପର୍କରେ ଏୟାର ଇଣ୍ଡିଆ ପକ୍ଷରୁ ଟୁଇଟ କରାଯାଇଛି | ଓ୍ୱେଲକମ୍ ହୋମ୍, ମହିଳା ପାଇଲଟ୍ ଟିମ୍କୁ ଭାରତ ଗର୍ବିତ |
#FlyAI : Welcome Home
Capt Zoya Agarwal, Capt Papagiri Thanmei, Capt Akanksha & Capt Shivani after completing a landmark journey with touchdown @BLRAirport.Kudos for making Air India proud.
We also congratulate passengers of AI176 for being part of this historic moment. pic.twitter.com/UFUjvvG01h
— Air India (@airindia) January 10, 2021
AI176 ବିମାନରେ ଥିବା ସମସ୍ତ ଯାତ୍ରୀ, ଯେଉମାନେ ଏହି ଐତିହାସିକ ଯାତ୍ରାର ଅଂଶବିଶେଷ ପାଲଟିଛନ୍ତି ସେମାନଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି | ପୂର୍ବରୁ ଏଭଳି ବିମାନ ଧ୍ରୁବୀୟ ବିମାନ ଉଡ଼ାଯାଇଛି | ହେଲେ ଏଥର ପ୍ରଥମଥର ପାଇ କ୍ୟାପଟେନ୍ ଟିମ୍ରେ ଆମ ସହ ସମସ୍ତ ମହିଳା ଅଛନ୍ତି |
In a moment to cherish & celebrate, women professionals of Indian civil aviation create history.
Heartiest Congratulations to Capt Zoya Aggarwal, Capt Papagari Thanmai, Capt Akansha Sonaware & Capt Shivani for flying over North Pole to land in Bengaluru from San Francisco. pic.twitter.com/P6EvJChMGB
— Hardeep Singh Puri (मोदी का परिवार) (@HardeepSPuri) January 11, 2021
ଖାଲି ଏତିକି ନୁହେଁ ଆମ ଦେଶର ନାରୀ ଶକ୍ତି ଐତିହାସିକ ସଫଳତା ସାଉଟିଛି ବୋଲି ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହର୍ଷଦୀପ ସିଂ ପୁରୀ ନିଜ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି |
ଏଥିସହିତ ମହିଳା ପାଇଲଟ୍ ଟିମ୍ର ଏହି ଚମତ୍କାରିତାକୁ ପ୍ରଶଂସା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ| ପ୍ରକୃତରେ ଏହା ଦେଶବାସୀଙ୍କ ପାଇ ଗର୍ବର ବିଷୟ ଏବଂ ମହିଳା କ୍ୟାପଟେନ୍ ଟିମ୍ର ଏହି କାର୍ଯ୍ୟ ଅନେକଙ୍କୁ ପ୍ରେରଣା ଯୋଗାଇବ ବୋଲି ନବୀନ ଟୁଇଟ ଯୋଗେ ପ୍ରକାଶ କରିଛନ୍ତି ।