ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ନିଆଁ, କେରଳର କୋଚିକୁ ଆସିଥାନ୍ତା ଫ୍ଲାଇଟ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଧୂଆଁ । ଓମାନ ରାଜଧାନୀ ମସ୍କଟ ଆନ୍ତର୍ଜାତିକ ବିମାନ ବନ୍ଦରରର ରନଓ୍ୱେରେ ଥିବାବେଳେ ବିମାନରେ ଧୂଆଁ ବାହାରିଥିଲା । ବିମାନରୁ ଧୁଆଁ ବାହାରିବା ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏୟାର ଇଣ୍ଡିଆର ଏହି ବିମାନଟି ମସ୍କଟରୁ କେରଳର କୋଚିକୁ ଆସିଥାନ୍ତା । ଉଡାଣ ଆରମ୍ଭ କରିବାର କିଛି ସମୟ ପୂର୍ବରୁ ଧୂଆଁ ବାହାରିବା ପରେ ବିମାନରେ ଆତଙ୍କ ଖେଳିଯାଇଥିଲା ।

ଏହି ବିମାନରେ ୪ ଜଣ ଶିଶୁଙ୍କ ସମେତ ୧୪୫ ଯାତ୍ରୀ ଥିଲେ । ତେବେ ସେମାନଙ୍କ ମଧ୍ୟରୁ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତୁରନ୍ତ ସମସ୍ତଙ୍କୁ ବିମାନରୁ ବାହାର କରାଯାଇଥିବାବେଳେ ସମସ୍ତେ ନିରାପଦ ଅଛନ୍ତି । ସମସ୍ତ ଯାତ୍ରୀଙ୍କୁ ଟର୍ମିନାଲ ବିଲଡିଂକୁ ସ୍ଥାନାନ୍ତର କରାଯାଇଥିଲା ।