ହୁତି ବିଦ୍ରୋହୀଙ୍କ ହମଲା ପରେ ଇସ୍ରାଏଲ ଯାଉଥିବା ଏୟାର ଇଣ୍ଡିଆ ବିମାନ ଗତି ପଥ ପରିବର୍ତ୍ତନ

1 min read

ନନ୍ଦିଘୋଷ ବ୍ୟୁରୋ: ବେନ୍ ଗୁରିଅନ ଏୟାରପୋର୍ଟରେ ଘଟିଥିବା ହମଲା ପାଇଁ ଦିଲ୍ଲୀରୁ ତେଲ ଅବିବ ଯାଉଥିବା ଏୟାର ଇଣ୍ଡିଆ ବିମାନ AI139ର ଗତିପଥ ବଦଳିବାକୁ ପଡ଼ିଛି । ଏହି ଏୟାର ଇଣ୍ଡିଆ ବିମାନଟି ଆବୁଧାବିରେ ଅବତରଣ କରିଥିବାବେଳେ ପୁଣିଥରେ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବ । ଏୟାର ଇଣ୍ଡିଆ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି କି, ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ ୬ ମେ ପର୍ଯ୍ୟନ୍ତ ତେଲ ଅବିବକୁ ବିମାନ ଚଳାଚଳ ବାତିଲ କରାଯାଇଛି । ସେପଟେ ୩ରୁ ୬ ତାରିଖ ପର୍ଯ୍ୟନ୍ତ ଯେଉଁ ଯାତ୍ରୀମାନେ ଟିକେଟ୍ ବୁକିଂ କରିଛନ୍ତି ସେମାନଙ୍କ ଅର୍ଥ ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରାଯିବ ।

ରବିବାର ହୁତି ବିଦ୍ରୋହୀମାନେ ଇସ୍ରାଏଲର ବେନ୍ ଗୁରିଅନ ବିମାନବନ୍ଦରରେ ଏକ ବାଲିଷ୍ଟିକ ଆକ୍ରମଣ କରିଛନ୍ତି । ଯାହାକୁ ରୋକିବାରେ ବିଫଳ ହୋଇଛନ୍ତି । ଇସ୍ରାଏଲ ସୁରକ୍ଷା ବାହିନୀ । କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିମାନବନ୍ଦରରେ ଅବତରଣ ଓ ଉଡ଼ାଣ ବନ୍ଦ କରାଯାଇଛି ।