ଏୟାର ଇଣ୍ଡିଆକୁ ପୁଣି ୧୦ ଲକ୍ଷ ଫାଇନ୍
ନୂଆଦିଲ୍ଲୀ: ପୁଣି ଥରେ ଏୟାର ଇଣ୍ଡିଆକୁ ଫାଇନ୍ । ମହିଳା ଯାତ୍ରୀଙ୍କ କମ୍ବଳରେ ପରିସ୍ରା କରିବା ଘଟଣାରେ ଏବେ ପୁଣି ୧୦ ଲକ୍ଷ ଟଙ୍କର ଜରିମାନା ଲଗାଇଛି ଡିଜିସିଏ । ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆରେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ ସହଯାତ୍ରୀ । ବିମାନରେ ଏପରି ଏକ ଘଟଣା ଘଟିଥିଲେ ମଧ୍ୟ ଏୟାର ଇଣ୍ଡିଆ ପକ୍ଷରୁ ଡିଜିସିଏକୁ କୌଣସି ତଥ୍ୟ ଦିଆଯାଇ ନଥିଲା ।
ଏହାସହ ଡିସେମ୍ବରରେ ଘଟିଥିବା ଘଟଣାକୁ ସେ ତାର ଆଭ୍ୟନ୍ତରୀଣ କମିଟିକୁ ବହୁ ବିଳମ୍ବରେ ଜଣାଇଥିଲା । ଏହି ବିଳମ୍ ଯୋଗୁ ଏୟାର ଇଣ୍ଡିଆକୁ ପୁଣି ୧୦ ଲକ୍ଷ ଟଙ୍କା ଜରିମାନା ହୋଇଛି । ଏହା ପୂର୍ବରୁ ୩୦ ଲକ୍ଷ ଟଙ୍କା ଜରିମାନା ଲଗା ଯାଇଥିଲା ।
ଗତ ନଭେମ୍ବରରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଶଙ୍କର ମିଶ୍ରା ନାମକ ଯାତ୍ରୀ ମଦ ପିଇ ନିଶାରେ ବିମାନରେ ଯାତ୍ରା କରୁଥିବା ଅନ୍ୟ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ପ୍ରାୟ ମାସେ ଧରି ଗଣମାଧ୍ୟମରେ ଏହା ଶିରୋନାମା ପାଲଟିଲା ।