ଓମାନ ଯାଉଥିବା ବିମାନରେ ଯାନ୍ତ୍ରୀକ ତ୍ରୁଟି, ଅଧା ରାସ୍ତାରୁ ଫେରିଲା

1 min read

ଥିରୁବନନ୍ତପୁରମ: ବଡ଼ ଅଘଟଣରୁ ବର୍ତ୍ତିଲା ବିମାନ। ଓମାନ ଯାଉଥିବା ବିମାନରେ ଯାନ୍ତ୍ରୀକ ତ୍ରୁଟି। ଅଧା ରାସ୍ତାରୁ ଫେରିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ । ଥିରୁବନନ୍ତପୁରମରୁ ମସ୍କାଟ ଯାଉଥିବା ବେଳେ ବୋର୍ଡ କମ୍ପ୍ୟୁଟର ସିଷ୍ଟମରେ ତ୍ରୁଟି ଯୋଗୁ ବିମାନଟି ଟେକ ଅଫ କରିବାର କିଛି ସମୟ ମଧ୍ୟରେ ଫେରିଥିବା ଜଣାପଡ଼ିଛି ।

କେରଳ ରାଜଧାନୀରୁ ସକାଳ ସାଢ଼େ ୮ଟାରେ ବିମାନଟି ଟେକ ଅଫ୍ କରିଥିଲା । ମଝି ଆକାଶରେ ଯାନ୍ତ୍ରୀକ ତ୍ରୁଟି ଜାଣି ପାରି ବିମାନକୁ ପୁଣି ଏୟାରପୋର୍ଟକୁ ଫେରାଇଥିଲେ ପାଇଲଟ । ବିମାନରେ ଥିବା ୧୦୫ ଯାତୀ ଓ କ୍ରିଉ ମେମ୍ବର ସୁରକ୍ଷିତ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ କୁହାଯାଇଛି ।