spot_img

Latest Posts

ଏୟାର ଇଣ୍ଡିଆର ୭୮ଟି ଫ୍ଲାଇଟ୍ ରଦ୍ଦ, ଅଚାନକ ସମୂହ ଛୁଟିରେ ଗଲେ ୩୦୦ ବରିଷ୍ଠ କର୍ମଚାରୀ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ କର୍ମଚାରୀ ସମୂହ ଛୁଟିରେ ନେଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ସମାନେ କହି ବି ଏହା ପୂର୍ବରୁ ଛୁଟି ଦରଖାସ୍ତ ପାଇଁ ଅପିଲ କରିନଥିଲେ । ଛୁଟିର କାରଣ ଅସୁସ୍ଥ ବୋଲି କୁହାଯାଇଛି। ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ୭୮ ବିମାନକୁ ବାତିଲ କରାଯାଇଛି। ଶେଷ ମୁହୂର୍ତ୍ତରେ ଅସୁସ୍ଥ ଖବର ଦେବା ପରେ ପ୍ରାୟ ୩୦୦ ବରିଷ୍ଠ କ୍ୟାବିନ କ୍ରୁ ସଦସ୍ୟ ମୋବାଇଲ ଫୋନ ବନ୍ଦ କରିଦେଇଛନ୍ତି।

ସୂଚନାନୁସାରେ, ଏୟାର ଇଣ୍ଡିଆ ଏବଂ ଏୟାର ଏକ୍ସପ୍ରେସ ଏକାଠି ହେବା ଖବର ଚର୍ଚ୍ଚାରେ ଥିବା ବେଳେ କର୍ମଚାରୀ ମାନେ ଏହାକୁ ବିରୋଧ କରୁଛନ୍ତି ।ଉଭୟ ଏୟାର ଲାଇନର କ୍ରୁ ସଦସ୍ୟଙ୍କୁ ଲାଗୁଛି  ଏପରି ହେଲେ ତାଙ୍କ ଚାକିରି ବିପଦରେ ଆସିଯିବ  । ଅନ୍ୟପକ୍ଷେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ସୂଚନା ଦେଇ କହିଛନ୍ତି, ଗତ ରାତିରୁ ଆମର କ୍ୟାବିନ କ୍ରୁଙ୍କ ଟିମର ଅନେକ ସଦସ୍ୟ ଅସୁସ୍ଥ ହୋଇପଡିଛନ୍ତି ଏବଂ ଶେଷ ମୁହୂର୍ତ୍ତରେ ଜଣାଇବା ଯୋଗୁଁ ଅନେକ ବିମାନ ବାତିଲ ହୋଇଛି ଏବଂ ବିଳମ୍ବ ହୋଇଛି। ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ କାରଣ ବୁଝିବାକୁ, ଆମର ଦଳ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ଆମର ଯାତ୍ରୀମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ।

Latest Posts

Don't Miss