spot_img

Latest Posts

ଭାରତ ଅଭିମୁଖେ ଏୟାର ଇଣ୍ଡିଆ ବିମାନ, ଫେରୁଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଫସିଥିବା ଭାରତୀୟଙ୍କୁ ରୋମାନିଆରୁ ଆଣୁଥିବା ଏୟାର ଇଣ୍ଡିଆ ବିମାନ ଆଜି ସନ୍ଧ୍ୟା ବେଳକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବ। ଏହି ବିମାନରେ ୨୧୯ ଜଣ ଯାତ୍ରୀ ରହିଥିବା ସୂଚନା। ସମସ୍ତ ପ୍ରସ୍ତୁତି ଉପରେ ବ୍ୟକ୍ତିଗତ ଭାବେ ନଜର ରଖିଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ସେମାନଙ୍କୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସ୍ୱାଗତ କରିବେ । ୟୁକ୍ରେନ୍ ଉପରେ ଋଷ ସେନା ଆକ୍ରମଣ କରି ସବୁକିଛି ଛାରଖାର କରୁଥିବା ବେଳେ ଏହା ଭିତରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ।

ୟୁକ୍ରେନର ବିମାନ ବନ୍ଦର ବନ୍ଦ ହେବା ପୂର୍ବରୁ ଗତ ଫେବୃଆରୀ ୨୨ରେ ଏୟାର ଇଣ୍ଡିଆ ୟୁକ୍ରେନର ରାଜଧାନୀ କିଏଭକୁ ଏକ ବିମାନ ପଠାଇଥିଲା । ଯେଉଁଥିରେ ୨୪୦ ଜଣ ଭାରତୀୟଙ୍କୁ ଅଣାଯାଇଥିଲା ।

ଅଧିକ ପଢନ୍ତୁ- ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧୀ ପ୍ରସ୍ତାବ, ଭୋଟ ଦେଲାନି ଭାରତ 

 

Latest Posts

Don't Miss