ଏମିତି ବଞ୍ଚିଥିଲା ଏୟାର ଇଣ୍ଡିଆ ବିମାନର 11A ସିଟରେ ବସିଥିବା ବିଶ୍ୱାସଙ୍କ ଜୀବନ !
1 min read
ନନ୍ଦିଘୋଷ ବ୍ୟୁରୋ : ଏୟାର ଇଣ୍ଡିଆର AI-171 ବିମାନ ଦୁର୍ଘଟଣାରେ ୨୪୨ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯେଉଁଠାରେ କି ଏକମାତ୍ର ଯାତ୍ରୀ ବିଶ୍ୱାସ କୁମାର ରମେଶଙ୍କର ଏକ ଚମତ୍କାର ଭାବେ ଜୀବନ ବର୍ତ୍ତିଯାଇଥିଲା । ଏହି ବିମାନ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିଲା । ଏବଂ ଉଡାଣର କିଛି ମିନିଟ୍ ମଧ୍ୟରେ ହିଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସୂଚନା ମୁତାବକ ବଶ୍ୱାସକୁମାରଙ୍କ ଜୀବନ ଏକ ସଂକୀର୍ଣ୍ଣ ଫାଟ ଏବଂ ନରମ ମାଟି ଯୋଗୁଁ ବର୍ତ୍ତି ଯାଇଥିଲା । ବିମାନ ଦୁର୍ଘଟଣା ସମୟରେ ତାଙ୍କ ଶରୀର ଦୁଇକୋଠା ମଧ୍ୟରେ ଥିବା ଏକ ନରମ ବା ଓଦା ମାଟି ଥିବା ସ୍ଥାନରେ ପଡିଥିଲା । ଯାହା ଫଳରେ ଏହି ଓଦା ମାଟି ତାଙ୍କୁ ସାଂଘାତିକ ଆଘାତର ରକ୍ଷା କରିଥିଲା ।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଯଦି ବିମାନର ଆଭ୍ୟନ୍ତରୀଣ ବିସ୍ଫୋରଣ ହୋଇଥାନ୍ତା, ତେବେ ସିଟ୍ ନମ୍ୱର 11Aରେ ବସିଥିବା ବିଶ୍ୱାସ କୁମାରଙ୍କ ବଞ୍ଚିବା ଅସମ୍ଭବ ହୋଇଥାନ୍ତା । ତେଣୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ତାଙ୍କ ବଞ୍ଚିବାର ସବୁଠାରୁ ବଡ଼ କାରଣ ହେଲା, ସେ ଯେଉଁଠାରେ ପଡିଥିଲେ ।
ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ସାରା ବିଶ୍ୱକୁ ଥରାଇ ଦେଇଛି । କିନ୍ତୁ ଏହି ଦୁଃଖଦ ଘଟରା ମଧ୍ୟରେ ,ଏକ ଚମତ୍କାର ଘଟିଲା ଯେତେବେଳେ ବିଶ୍ୱାସ କୁମାର ରମେଶ ଦୁର୍ଘଟଣା ଭଗ୍ନାବଶେଷରୁ ବାହାରକୁ ଆସିବାର ଦେଖାଯାଇଥିଲା । ସେ ନିଜେ ମେଡିକାଲ କଲେଜ କ୍ୟାମ୍ପସରୁ ଧୀରେ ଧୀରେ ବାହାରକୁ ଆସୁଥିବାର ଦେଖିବାକୁ ମିଳିଥିଲା, ଏବଂ ତାଙ୍କ ପଛରେ କଳା ଧୂଆଁ ଉଠୁଥିଲା ।