spot_img

Latest Posts

କରୋନା ଭୟ: ବିମାନରେ ଛିଙ୍କିଲେ ଯାତ୍ରୀ… ଝରକା ବାହାରକୁ ଡେଇଁଲେ ପାଇଲଟ୍

କରୋନା ଡରାଉଛି । ସମଗ୍ର ବିଶ୍ୱ ଏହାକୁ ନେଇ ସତର୍କତା ଅବଲମ୍ବନ କରୁଛି । କରୋନାର ପ୍ରଭାବ ଚାରିଆଡେ ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ଦେଶର ଅର୍ଥନୀତିରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳୁଛି । କରୋନା ଭାଇରସର ଡର ଲୋକଙ୍କ ମଧ୍ୟରେ ବଢିବାରେ ଲାଗିଛି। ନିକଟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଅନେକଙ୍କୁ ଆଚମ୍ବିତ କରିଛି। ଖବର ହେଉଛି, ଜଣେ ଯାତ୍ରୀ ଏକ ବିମାନରେ ଛିଙ୍କିଥିବାରୁ ସେହି ବିମାନର ପାଇଲଟ୍ କକପିଟ୍ ର ଜରୁରୀକାଳୀନ ଗେଟ୍ ରୁ ଡେଇଁପଡିଥିଲେ । ଏହି ଘଟଣା ଏୟାର ଏସିଆ ଇଣ୍ଡିଆର ପୁଣେ-ଦିଲ୍ଲୀ ବିମାନ ୧୫-୭୩୨ରେ ଘଟିଛି । ଶୁକ୍ରବାର ଦିନ ଏହି ବିମାନ ଭିତରେ ହଇଚଇ ସୃଷ୍ଟି ହୋଇଥିଲା । ବିମାନରେ ବିଶୃଙ୍ଖଳା ବାତାବରଣ ସେତେବେଳେ ସୃଷ୍ଟି ହୋଇଥିଲା ଯେତେବେଳେ ଜଣା ପଡିଥିଲା ଯେ, କରୋନା ଭାଇରସର ଜଣେ ସନ୍ଦିଗ୍ଧ ରୋଗୀ ବିମାନରେ ଯାତ୍ରା କରୁଥିଲେ। ଜଣେ ଯାତ୍ରୀ ଛିଙ୍କିଥିବାରୁ ଏହି ଖବର ବ୍ୟାପିଥିଲା । ଏହି ଖବର ପାଇବା ମାତ୍ରେ ବିମାନ ଲ୍ୟାଣ୍ଡ ହେବା ପରେ ପାଇଲଟ୍-ଇନ୍-କମାଣ୍ଡ କକପିଟ୍ ଜରୁରୀକାଳୀନ ପ୍ରସ୍ଥାନରୁ ଡେଇଁପଡିଥିଲେ।

ସାଧାରଣତଃ ପାଇଲଟମାନେ ବିମାନର ସାମ୍ନା ଗେଟ୍ ରୁ ବାହାରକୁ ଯାଆନ୍ତି । କିନ୍ତୁ ଯେତେବେଳେ ପାଇଲଟ ଜାଣିବାକୁ ପାଇଲେ ଯେ ବିମାନର ପ୍ରଥମ ଧାଡିରେ ବସିଥିବା ଯାତ୍ରୀ ଛିଙ୍କିଛନ୍ତି, ସେ ଭୟଭୀତ ହୋଇ ଡେଇଁପଡିଥିଲେ । ଏହା ପରେ ସମସ୍ତ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ସମସ୍ତ ଯାତ୍ରୀଙ୍କୁ ପଛ ଦ୍ୱାର ଦେଇ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଛିଙ୍କୁଥିବା ଯାତ୍ରୀଙ୍କୁ ଆଗ ଗେଟ ଦେଇ ଯିବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ସମସ୍ତ ଯାତ୍ରୀଙ୍କୁ ପରୀକ୍ଷା କରାଯାଇଥିଲା ଏବଂ ସମସ୍ତେଙ୍କ ଟେଷ୍ଟ ନେଗେଟିଭ୍ ଆସିଥିଲା । ଏହି ଘଟଣା ପରେ ଏୟାର ଏସିଆ ଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ ପରେ ବିମାନକୁ ସମ୍ପୂର୍ଣ୍ଣ ଭାବେ ସଫା କରାଯାଇଛି। ଏହିପରି ଘଟଣା ପାଇଁ ଆମର କର୍ମଚାରୀମାନେ ଭଲ ଭାବେ ତାଲିମପ୍ରାପ୍ତ । ଏହା ସହିତ, ସେ ସେ ସବୁ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Latest Posts

Don't Miss