ଉଡ଼ାଣ ଭରୁ ଭରୁ ଖସିଗଲା ଏୟାର ଆମ୍ବୁଲାନ୍ସର ଚକ୍

1 min read
Air Ambulance Emergency Landing In Mumbai Nagpur Patient

ମୁମ୍ବାଇ: ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ଲାଗି ଏୟାର ଆମ୍ବୁଲାନ୍ସର ବ୍ୟବହାର କରାଯାଏ । ସମୟର ସ୍ୱଳ୍ପତା ଏବଂ ଜରୁରୀକାଳୀନ ଚିକିତ୍ସା ଲାଗି ଏୟାର ଆମ୍ବୁଲାନ୍ସ ରୋଗୀଙ୍କ ଭରସା ଥାଏ । ତେବେ ମହାରାଷ୍ଟ୍ରରେ ରୋଗୀକୁ ନେଇ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ନାଗପୁରରୁ ଏୟାର ଆମ୍ବୁଲାନ୍ସଟି ରୋଗୀଙ୍କୁ ନେଇ ହାଇଦ୍ରାବାଦ ଉଡ଼ାଣ ଭରିବା ଦୁର୍ଘଟଣା ଘଟିଛି ।

ଫଳରେ ବିମାନଟିକୁ ମୁମ୍ବାଇରେ ଜରୁରୀ ଅବତରଣ କରିବାକୁ ପଡ଼ିଛି । ସୂଚନା ଅନୁସାରେ ଏୟାର ଆମ୍ବୁଲାନ୍ସଟି ନାଗପୁରରୁ ଉଡ଼ାଣ ଭରିବା ମାତ୍ରେ ଏକ ଟାୟାର୍ ଭୂଇଁରେ ଖସି ପଡ଼ିଥିଲା । ଫଳରେ ବିମାନଟିକୁ ମୁମ୍ବାଇରେ ଜରୁରୀ ଅବତରଣ କରିବାକୁ ପଡ଼ିଛି ।

ସି-୯୦ ଏୟାରକ୍ରାଫ୍ଟ ନାଗପୁରରୁ ହାଇଦ୍ରାବାଦ ଯାଉଥିଲା । ଏୟାର ଆମ୍ବୁଲାନ୍ସରେ ମୋଟ ୫ ଜଣ ଥିଲେ ।  । ଯେଉଁଥିରେ ୨ ଜଣ କ୍ରିଉ ମେମ୍ବର, ଜଣେ ଡାକ୍ତର ଓ ରୋଗୀ ଥିଲେ । ନାଗପୁରରେ ବିମାନ ଉଡ଼ାଣ ମାତ୍ରେ ସମସ୍ୟା ସୃଷ୍ଟି ହୋଇଥିଲା । ଏକ ଚକ ବିମାନରୁ ଖସି ପଡ଼ିଥିଲା । ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ମୁମ୍ବାଇରେ ବିମାନ ଅବତରଣ କରିଥିଲେ । ରୋଗୀଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply