‘‘ ଆମର ଅବସ୍ଥା ବିବାହରେ ବାଜା ବଜେଇବା ଭଳି ’’ କାହିଁକି ଏମିତି କହିଲେ ଓଓ୍ବେସୀ ..

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି ଗର୍ଜିଲେ ଓଓ୍ବେସୀ । କଂଗ୍ରେସ ଏବଂ ବିଜେପିକୁ କଲେ କଡା ସମାଲୋଚନା । ମୁସଲମାନ ସମ୍ପ୍ରଦାୟଙ୍କ ଅଧିକାର ପାଇଁ ସଦାସର୍ବଦା ତାଙ୍କ ଲଢେଇ ଜାରି ରହିବ ବୋଲି ଦେଲେ ଚେତାବନୀ । ମୁମ୍ବାଇର ଜୋଗେଶ୍ୱରୀର ବେହେରାମ ବାଗ ଅଞ୍ଚଳର ଭର୍ସୋଭା ବିଧାନସଭା ଆସନରୁ ଏଆଇଏମ୍ଆଇଏମ୍ ପ୍ରାର୍ଥୀ ରାଏସ୍ ଲଶ୍କାରିଆଙ୍କ ସମର୍ଥନରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଅସଦୁଦ୍ଦିନ ଓଓ୍ବେସୀ ମୁସଲମାନ ସମାଜ ପାଇଁ ନିରପେକ୍ଷ ନେତୃତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ମୁସଲମାନ ସମ୍ପ୍ରଦାୟର ସ୍ୱର ଏବଂ ପରିଚୟ ପାଇଁ ଏକ ନେତୃତ୍ୱ ଆବଶ୍ୟକ, ଯାହା ସେମାନଙ୍କର ଅଧିକାରର ସ୍ୱର ସମସ୍ତଙ୍କ ପାଖରେ ପହଞ୍ଚାଇ ପାରିବ ।

ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ ଏବଂ ଚିନ୍ତାଧାରା ସମ୍ପର୍କରେ ଓଓ୍ବେସୀ ଉଲ୍ଲେଖ କରି କହିଛନ୍ତି ଯେ ସେ ସ୍ୱାଧୀନତା ସଂଗ୍ରାମରେ ମୁସଲମାନ ସମ୍ପ୍ରଦାୟର ଅଧିକାର ପାଇଁ ଆଜାଦ ଲଢିଥିଲେ । ଆଜାଦ  ଦେଶର ବିଭାଜନକୁ ବିରୋଧ କରୁଥିବାବେଳେ ଭାରତୀୟ ମୁସଲମାନମାନଙ୍କ ପାଇଁ ନେତୃତ୍ୱ ବିଷୟରେ କହିଥିଲେ, କିନ୍ତୁ କଂଗ୍ରେସ ତାଙ୍କ ମତକୁ ସମର୍ଥନ କରିନଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ମୌଲାନା  ଆଜାଦଙ୍କ ବିରୋଧରେ ଅନ୍ୟ ମୁସଲମାନ ନେତାମାନଙ୍କୁ ଛିଡା କରିଥିଲା, ଯେଉଁ କାରଣରୁ ମୁସଲମାନ ନେତୃତ୍ୱ ଦୁର୍ବଳ ହୋଇପଡିଥିଲା।

ମହାରାଷ୍ଟ୍ରରେ ଧର୍ମନିରପେକ୍ଷ ସରକାର ଆଣିବାକୁ ଆବେଦନ

ଓଓ୍ବେସୀ କହିଛନ୍ତି ଯେ ମହାରାଷ୍ଟ୍ରରେ AIMIM ଏକ ଧର୍ମନିରପେକ୍ଷ ସରକାରକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି। ସେ କହିଛନ୍ତି ଯେ ସିନ୍ଦେ କିମ୍ବା ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବା ଉଚିତ ନୁହେଁ, ଜଣେ ଧର୍ମନିରପେକ୍ଷ ବ୍ୟକ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ଉଚିତ୍ । ଉଭୟ ବିଜେପି ଏବଂ କଂଗ୍ରେସ ଉପରେ ଅଭିଯୋଗ କରି ସେ କହିଛନ୍ତି ଯେ ଏହି ଦଳମାନେ ମୁସଲମାନ ସମ୍ପ୍ରଦାୟର ସ୍ୱରକୁ ଦମନ କରିବାକୁ ଚେଷ୍ଟା କରିଛନ୍ତି। ଓଓ୍ବେସୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ବିଜେପିକୁ କଡା ସମାଲୋଚନା କରି କହିଛନ୍ତି ଯେ ଫଡନାଭିସ୍ ମୁସଲମାନ ସମ୍ପ୍ରଦାୟକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ମୁଁ ସବୁବେଳେ ସମ୍ପ୍ରଦାୟର ସ୍ୱରକୁ ଉତ୍ତୋଳନ କରିବି । ସେ ଫଡନାଭିସ୍ଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ସେ ଭୟ କରନ୍ତି ନାହିଁ, ପୂର୍ଣ୍ଣ ଶକ୍ତି ସହିତ ଲଢିବେ ଏବଂ ଜିତିବେ |

ୱାକଫ ସମ୍ପତ୍ତି ଏବଂ UAPA ନିୟମ ଉପରେ ପ୍ରଶ୍ନ

ଓଓ୍ବେସୀ ମୋଦୀ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୱାକଫ ସମ୍ପତ୍ତି ଏବଂ UAPA ଆଇନକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ୱାକଫ ସମ୍ପତ୍ତି ନିୟନ୍ତ୍ରଣ ପାଇଁ ଅଣାଯାଇଥିବା ବିଲ ଯୋଗୁଁ ମୁସଲମାନ ସମ୍ପ୍ରଦାୟର ମସଜିଦ, ଦରଘା ଏବଂ ଶ୍ମଶାନ ବିପଦରେ ରହିଛି। ଓଓ୍ବେସୀସି କହିଛନ୍ତି ଯେ ଯଦି ଏହି ନିୟମ କାର୍ଯ୍ୟକାରୀ ହୁଏ ତେବେ ସମ୍ପ୍ରଦାୟର ଧାର୍ମିକ ସମ୍ପତ୍ତି ଉପରେ କବଜା କରିବା ସହଜ ହୋଇଯିବ । ଏହା ସହିତ ସେ UAPA ନିୟମ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାକୁ ସେ ମୁସଲମାନ ଯୁବକମାନଙ୍କ ଉପରେ ଅତ୍ୟାଚାରର ସାଧନ ବୋଲି କହିଥିଲେ |

ମୁସଲମାନଙ୍କ ନେତୃତ୍ୱ ଉପରେ ଗୁରୁତ୍ୱ

ଓଓ୍ବେସୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଭାରତୀୟ ମୁସଲମାନ ସମ୍ପ୍ରଦାୟର ସ୍ୱର ଉତ୍ତୋଳନ କରିବା ପାଇଁ ଏକ ନିରପେକ୍ଷ ନେତୃତ୍ୱ ରହିବା ଉଚିତ। ଟ୍ରିପଲ ତଲାକ, ୱାକଫ ବୋର୍ଡ ଏବଂ ୟୁଏପି ଭଳି ପ୍ରସଙ୍ଗରେ ମୁସଲିମ ସମାଜ ପ୍ରତି ସରକାର ଗ୍ରହଣ କରିଥିବା ଆଭିମୁଖ୍ୟକୁ ସେ ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ଯେ ଏହି ସଂଗ୍ରାମରେ AIMIM ପଛକୁ ଯିବ ନାହିଁ। ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ତାଙ୍କ ଉପରେ ସାଂଘାତିକ ଆକ୍ରମଣ ହୋଇଥିଲା, କିନ୍ତୁ ଏହା ତାଙ୍କ ସ୍ୱରକୁ ଦମନ କରିପାରିବ ନାହିଁ ।

୯୦ଦଶକର ସାମ୍ପ୍ରଦାୟିକ ହିଂସା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଆଜି ମୁମ୍ବାଇର ଯୁବକମାନେ ସେହି ସମୟର ଘଟଣା ବିଷୟରେ ଜାଣନ୍ତି ନାହିଁ। ତେଣୁ ପୂର୍ବ ଇତିହାସକୁ ବୁଝିବା ଏବଂ ସେମାନଙ୍କର ରାଜନୈତିକ ଶକ୍ତିକୁ ଚିହ୍ନିବା ପାଇଁ ସେ ଯୁବକମାନଙ୍କୁ ଆହ୍ବାନ କରିଛନ୍ତି । ଏହା ସହିତ ଓଓ୍ବେସି କହିଛନ୍ତି ତଶଙ୍କୁ ସବମିଶନ ନୁହେଁ ଏଜେନ୍ସି ଦରକାର । ଯଦ୍ବାରା ତାଙ୍କ ସ୍ବରକୁ ଦମନ କରାଯାଇ ପାରିବ ନାହିଁ ।

ନଜର ପକାନ୍ତୁ