ପୁଣି ବନ୍ଦ ହେବ AIIMS ଓପିଡି

ଭୁବନେଶ୍ୱର: ପୁଣି ବନ୍ଦ ହେବ ଏମ‌୍‌ସ ଓପିଡି । କରୋନା ସ୍ଥିତିକୁ ଦେଖି ଦିଲ୍ଲୀ ଏମସ ଓପିଡି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଗୁରୁବାରଠାରୁ ଓପିଡି ବନ୍ଦ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏବେ କେବଳ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକୃତ କରିବେ ରୋଗୀ । ଅନଲାଇନ ନାମ ପଞ୍ଜୀକୃତ କରିବା ପରେ ଡାକ୍ତରଙ୍କୁ ଦେଖାଇପାରିବେ । ପ୍ରତ୍ୟେକ ବିଭାଗରେ ଦୈନିକ ୫୦ ରୋଗୀ ନାମ ରେଜିଷ୍ଟ୍ରେସନ କରିପାରିବେ । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫୧ ଶହ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୁଣି ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ କରୋନା ସଂକ୍ରମିତ ଚିହ୍ନଟ

Leave a Reply