ଛୁଆଙ୍କ ପାଇଁ କେତେ ଘାତକ ହେବ କରୋନାର ତୃତୀୟ ପ୍ରବାହ ? ତଥ୍ୟ ନଥିବା କହିଲେ ଏମ୍ସ ନିର୍ଦ୍ଦେଶକ

1 min read
AIIMS Dr Guleria Over Corona Third Wave Affect Children

ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ଲହରର ସାମ୍ନା କରୁଛି । ଦ୍ୱିତୀୟ ଲହରରେ ଯୁବବର୍ଗଙ୍କୁ ଅଧିକ ସଂକ୍ରମିତ କରୁଛି କରୋନା । ଆଲୋଚନା ହେଉଛି ସେପ୍ଟେମ୍ବର ବେଳକୁ ଦେଶରେ କରୋନାର ତୃତୀୟ ଲହର ଆସିପାରେ । ଯାହାକି ଛୁଆଙ୍କୁ ଅଧିକ ମାତ୍ରାରେ ସଂକ୍ରମଣ କରିବ । ଏହା ଉପରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, କରୋନାର ତୃତୀୟ ପ୍ରବାହକୁ ନେଇ ଆମ ପାଖରେ କୌଣସି ତଥ୍ୟ ନାହିଁ । ଏମିତିରେ ଏହା କହିବା ମୁସ୍କିଲ ଛୁଆଙ୍କ ଲାଗି ଏହା କେତେ ବିପଜ୍ଜନକ ହେବ ।

ଡାକ୍ତର ରଣଦୀପ ଗୁଲେରିଆଙ୍କ ଅନୁସାରେ, ଭୂତାଣୁ ରୂପ ବଦଳାଉଥିବାରୁ ଲହର ଆସେ । ଲକଡାଉନ୍ ଯୋଗୁଁ ସଂକ୍ରମଣ କମେ । କିନ୍ତୁ ଲକଡାଉନ୍ ଖୋଲିବା ପରେ ସଂକ୍ରମଣ ମାମଲା ବୃଦ୍ଧି ପାଇବା ଆଶଙ୍କା ବଢ଼ି ଯାଇଥାଏ । ଏବେ ଯାଏଁ କୌଣସି ତଥ୍ୟ ନାହିଁ ଯାହା ଆଧାରରେ କହି ପାରିବା ପରବର୍ତ୍ତୀ ଲହର ଛୁଆଙ୍କୁ ପ୍ରଭାବିତ କରିବ ।

କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ଲାଗି ମାସ୍କ ପିନ୍ଧିବା ସହ ଅନ୍ୟ ନିୟମ ମାନିବାକୁ ପଡ଼ିବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ । ତେବେ ଚିନ୍ତାର ବିଷୟ ହେଉଛି କରୋନାର ତୃତୀୟ ଲହର ଏବଂ ଏହା ଛୁଆଙ୍କ ପାଇଁ କେତେ ବିପଜ୍ଜନକ ସାବ୍ୟସ୍ତ ହେବ ? ସ୍ପେନିଶ୍ ଫ୍ଲୁ, ଏଚ୍ ୧ ଏନ୍ ୧ରେ ମଧ୍ୟ ଲହର ଦେଖାଯାଇଥିଲା । ଭୂତାଣୁ ରୂପ ପରିବର୍ତ୍ତନ କଲେ ନୂଆ ଲହର ଆସେ ବୋଲି କହିଛନ୍ତି ଗୁଲେରିଆ ।

ସେ କହିଛନ୍ତି, ଯେତେବେ ସଂକ୍ରମଣ ମାମଲା କମେ ତ ଅନଲକ୍ ପ୍ରକ୍ରିୟା ଆରମ୍ଭ ମାତ୍ରେ ଲୋକ ନିୟମ ମାନନ୍ତି ନାହିଁ । ଫଳରେ ଆଉ ଏକ ଲହର ଆରମ୍ଭ ହୋଇଯାଏ । ଅଧିକାଂଶ ଲୋକ ଟିକା ନେବା ପର୍ଯ୍ୟନ୍ତ ଆମକୁ ଅଧିକ ସତର୍କତାର ସହ କୋଭିଡ୍ କଟକଣା ମାନିବାକୁ ପଡ଼ିବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ । ଏବେ କୌଣସି ଦେଶ ସେମିତି କିଛି ତଥ୍ୟ ଦେଇନାହାଁନ୍ତି କି କରୋନା ଛୁଆଙ୍କ ଲାଗି ଘାତକ । ଆସିବାକୁ ତୃତୀୟ ଲହରକୁ ରୋକିବାକୁ ଆମକୁ ନିୟମ ସବୁ ମାନିବା ଦରକାର ।

Leave a Reply