Covaxin Human Trial: ଟିକା ନେବା ପରେ ଏମ୍ସ ଡାକ୍ତର କହିଲେ ନାହିଁ ପାର୍ଶ୍ୱ ପ୍ରତିକ୍ରିୟା…

1 min read

ନୂଆଦିଲ୍ଲୀ: କୋଭାକ୍ସିନ୍ ଟ୍ରାଏଲ ୩ୟ ପର୍ଯ୍ୟାୟରେ ରହିଛି । ଏହି ପର୍ଯ୍ୟାୟରେ ଅତିକମରେ ହଜାରେ ଲୋକଙ୍କ ଟିକାକରଣ ପାଇଁ ପ୍ରସ୍ତୁତି ଚାଲିଛି । ଏହି କ୍ରମରେ ଏଯାବତ୍ ୪୦-୫୦ ଜଣଙ୍କୁ ସ୍ୱଚ୍ଛାକୃତ ଭାବେ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରେ ଏମ୍ସିର ସ୍ନାୟୁବିଜ୍ଞାନୀ ପ୍ରଜ୍ଞା ଶ୍ରୀବାସ୍ତବଙ୍କ କହିବା କଥା ଯେ, ଆଇସିଏମଆର କରୋନା ଉପରେ ବିଜୟ ଲାଳ କରିବାର ଦ୍ୱାର ଦେଶରେ ପହଞ୍ଚିଛି । କୋଭାକ୍ସିନ ସଫଳତା ପୂର୍ବକ ମାନବ ପରୀକ୍ଷଣ ସ୍ତରକୁ ଅତିକ୍ରମ କରିବ । ସେହିଭଳି ଭ୍ୟାକ୍ସିନକୁ ଶସ୍ତା ଦରରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଭାରତ ଏକ ମାଇଲଖୁଣ୍ଟ ହେବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ତାଙ୍କୁ ଗତ ଗୁରୁବାର କୋଭାକ୍ସିନ୍ ଦିଆଯାଇଛି । ତାଙ୍କର ୨ୟ ଡୋଜ୍ ୨୮ ଦିନ ପରେ ନେବାର ରହିଛି । ତେବେ ପ୍ରଥମ ଡୋଜ୍ ପରେ ସେ ଦୃଢୋକ୍ତି ବାଢିଛନ୍ତି ଯେ  ଭ୍ୟାକ୍ସିନ ନେବା ପରେ ତାଙ୍କ ପାଖରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ତେବେ ଶ୍ରୀବାସ୍ତବଙ୍କ ବୟସକୁ ମଧ୍ୟ ଧ୍ୟାନ ରଖିବା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ତାଙ୍କୁ ୫୫ ବର୍ଷ ବୟସ । ତାଙ୍କ ପାଖରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାନଯିବା, ନିହାତି ପକ୍ଷେ ଏକ ବଡ଼ ସଫଳତାର ଆଭାସ ବୋଲି କହିହେବ ।

Leave a Reply