ଏମ୍ସ ଡାକ୍ତର ଦେଲେ କିଛି ଏମିତି ଭୟାନକ ତଥ୍ୟ, ସୁଶାନ୍ତଙ୍କ ପରିବାର ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ କହିଲେ ଏମିତି କଥା

1 min read

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ସୁଶାନ୍ତଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି କହିଛନ୍ତି ଏମ୍ସ ଡାକ୍ତର । ସୁଶାନ୍ତଙ୍କ ମୃତ୍ୟୁ ପରେ ତଦନ୍ତ ବେଳେ ବଲିଉଡ଼ ଓ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଛି । ଫଳରେ ତଦନ୍ତ ହେଉଛି ଦିଗହରା । ମୃତ୍ୟୁ ରହସ୍ୟରୁ ପର୍ଦ୍ଦା ଉଠିନଥିବା ବେଳେ ଡ୍ରଗ୍ସ ଲିଙ୍କ ନେଇ ଚାଲିଛି ଘମାଘୋଟ ସମନ ଓ ଜେରା । ଫସୁଛନ୍ତି ଅନେକ ବି-ଟାଉନ ସେଲିବ୍ରିଟି । ସୁଶାନ୍ତଙ୍କୁ ଭୁଲି ଖୋଲତାଡ ଚାଲିଛି ଡ୍ରଗ୍ସ ଲିଙ୍କର ।

ସିବିଆଇ ଘଟଣାର ତଦନ୍ତ କରୁଥିଲେ ହେଁ ଏଯାଏ ହତ୍ୟା ମାମଲା ରୁଜୁ କରିନାହିଁ । ଏନେଇ ସୁଶାନ୍ତଙ୍କ ପରିବାର ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ବିକାଶ ସିଂହ ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ଏକଥା ବହୁ ଦିନ ପୂର୍ବରୁ ଏମ୍ସ ଡାକ୍ତର ତାଙ୍କୁ କହିଥିଲେ ବୋଲି ସେ କହିଛନ୍ତି । ଏନେଇ ସେ ଟ୍ୱିଟ କରି କହିଛନ୍ତି, “ସିବିଆଇ ତଦନ୍ତକୁ ଦେଖି ମୁଁ ହତାଶ ଓ ବିରକ୍ତ ହୋଇଗଲିଣି। ଏମ୍ସ ଡାକ୍ତର ମୋତେ ବହୁଦିନ ପୂର୍ବରୁ କହିଥିଲେ ଯେ ସୁଶାନ୍ତଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ମୁଁ ସେମାନଙ୍କୁ ସୁଶାନ୍ତ ମୃତ୍ୟୁ ବେଳର ଫଟୋ ପଠାଇଥିଲି । ଏହି ସମୟରେ ଏମ୍ସ ଟିମରେ ଥିବା ଡାକ୍ତରମାନେ ମୋତେ କହିଥିଲେ ଯେ ଫଟୋରୁ ଏହା ସ୍ପଷ୍ଟ ଯେ, ସୁଶାନ୍ତଙ୍କୁ ତଣ୍ଟି ଚପି ହତ୍ୟା କରାଯାଇଛି। ଏହା ଆଦୌ ଆତ୍ମହତ୍ୟା ନୁହେଁ। ତଥାପି ସିବିଆଇ ହତ୍ୟା ମାମଲା ରୁଜୁ ନ କରିବା ସମସ୍ତଙ୍କ ଭଳି ମୋତେ ମଧ୍ୟ ଆଶ୍ଚର୍ଯ୍ୟ କରୁଛି।”କେବଳ ସେତିକି ନୁହେଁ ତଦନ୍ତର ଦିଗକୁ ଦେଖି ନିଜକୁ ହେଲ୍ପଲେସ୍ ବୋଲି କହିଛନ୍ତି ସେ ।

ସିବିଆଇ ତଦନ୍ତ ହଠାତ୍‌ ଶୀଥିଳ ହୋଇପଡ଼ିଛି। ତଦନ୍ତର ଦିଗ କେଉଁ ଆଡ଼େ ଯାଉଛି, କେହି ବି ଜାଣି ପାରୁନାହାନ୍ତି। ସାଧାରଣତଃ ସିବିଆଇ ଯେଉଁ ମାମଲାର ତଦନ୍ତ କରେ, ତା’ ଉପରେ ସାମ୍ବାଦିକ ସମ୍ମିଳନୀ କରେ। ହେଲେ ଏହି ମାମଲାରେ ଆଜି ଯାଏ ସିବିଆଇ କୌଣସି ସାମ୍ବାଦିକ ସମ୍ମିଳନୀ କରିନାହିଁ। ଏଯାଏ ତଦନ୍ତ କରି ସିବିଆଇ କ’ଣ ପାଇଛି, ସେକଥା ବି ଜଣାନାହିଁ। ଏହା ଗୁରୁତ୍ୱର ପ୍ରସଙ୍ଗ ବୋଲି ସେ କହିଛନ୍ତି। ଗଲା ଜୁନ୍ ୧୪ରେ ବାନ୍ଦ୍ରା ସ୍ଥିତ ବାସଭବନରେ ବଲିଉଡ଼ଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା ।

Leave a Reply