କେତେ ପ୍ରଭାବଶାଳୀ ହେବ କରୋନା ଭ୍ୟାକ୍ସିନ୍ ? ଜାଣନ୍ତୁ କଣ କହୁଛନ୍ତି ଏମ୍ସ ନିର୍ଦ୍ଦେଶକ

1 min read
AIIMS Director Randeep Guleria On Vaccine Efficacy

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ୁଛି । ଲକ୍ଷେ ଟପିଲାଣି କରୋନା ମୃତ୍ୟୁସଂଖ୍ୟା । କରୋନାର କାୟା ବଢ଼ି ଚାଲିଥିବା ବେଳେ ଭ୍ୟାକ୍ସିନକୁ ନେଇ ଲୋକଙ୍କ ଆଂକାକ୍ଷା ବଢ଼ି ଚାଲିଛି । ତେବେ, ଭ୍ୟାକ୍ସିନ୍ ଆସିଲେ ଏହା କେତେ ପ୍ରଭାବଶାଳୀ ହେବ । ଏହା ଉପରେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ଗୁଲେରିଆ ପ୍ରତିକ୍ରିୟା ରଖିଛନ୍ତି ।

Not Enough Coronavirus Vaccine Until 2024 Serum Institute India

କେଉଁ ଭ୍ୟାକ୍ସିନ୍ ସୁରକ୍ଷିତ ?

କେମିତି ଜଣାପଡ଼ିବ କେଉଁ ଭ୍ୟାକ୍ସିନ୍ ସୁରକ୍ଷିତ । ଏହି ପ୍ରଶ୍ନର ଉତ୍ତରରେ ଗୁଲେରିଆ କହିଛନ୍ତି- ଆମେ କୌଣସି ଭ୍ୟାକ୍ସିନ୍ ପ୍ରସ୍ତୁତ କଲାବେଳେ ଆନିମଲ ଟ୍ରାଏଲ କରାଯାଏ ଓ ଦୀର୍ଘ ସମୟ ଧରି ତାର ଫଲୋଅପ୍ କରୁ । କିନ୍ତୁ, ସମୟ ବଞ୍ଚାଇବା ପାଇଁ କରୋନା ଭାଇରସ୍ ଭ୍ୟାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଏକାସଙ୍ଗରେ କରାଯାଉଛି । ତେଣୁ ଦେଖିବା କଥା ଭ୍ୟାକ୍ସିନର ଲଙ୍ଗ ଟର୍ମ ସାଇଡ୍ ଇଫେକ୍ଟ କଣ ହେବ । ଭ୍ୟାକ୍ସିନ୍ ଆସିବା ପରେ ଟୀକି ଦିଯାଇଥିବା ଲୋକଙ୍କ କ୍ଲୋଜ୍ ମନିଟରିଂ କରାଗଲେ କଣ ସାଇଡ୍ ଇଫେକ୍ଟ ଆସୁଛି କି ନାହିଁ ଜଣାପଡ଼ିବ ।

AIIMS Director Randeep Guleria On Vaccine Efficacy

ପରଖାଯିବ ଭ୍ୟାକ୍ସିନ୍ ପ୍ରଭାବ

ଡକ୍ଟର ଗୁଲେରିଆଙ୍କ ଅନୁସାରେ- ଭ୍ୟାକ୍ସିନ୍ ଦେବା ବେଳେ କେତେକ ପ୍ରକ୍ରିୟା ଉପରେ ଧ୍ୟାନ ଦିଆଯାଇଥାଏ । ଯେମିତି କି ଭ୍ୟାକ୍ସିନ୍ ନେଉଥିବା ଲୋକଙ୍କ ଠାରେ ଆଗରୁ କଣ ରୋଗ ଅଛି । ଯଦି ଅଛି ତ ତାଙ୍କ ଉପରେ ଭ୍ୟାକ୍ସିନର କଣ ପ୍ରଭାବ ପଡ଼ିବ । ବୟସ୍କଙ୍କୁ ଭ୍ୟାକ୍ସିନ୍ କେତେ ଇମ୍ୟୁନିଟି ଯୋଗାଇବ ଏବଂ ସେମାନଙ୍କ ଲାଗି ଏହା କେତେ ସୁରକ୍ଷିତ ହେବ । ଏହି ସବୁ ତଥ୍ୟକୁ ଏକାଠି କରିବା ପାଇଁ ଚେଷ୍ଟା କରାଯାଉଛି । ଏହି ସମସ୍ତ କଥା ଉପରେ ସ୍ପଷ୍ଟତା ଆସିବା ଦରକାର ।

Leave a Reply