ପଦୋନ୍ନତି ନେଇ ଅସନ୍ତୋଷ ଏମ୍ସ ଡାକ୍ତର: ପୁନର୍ବିଚାର ନେଇ ଦାବି

Satelite Brain Banks To Be Established In BBSR AIIMS

ପଦୋନ୍ନତିରେ ଅନିୟମିତତା ନେଇ ଭୁବନେଶ୍ୱର ଏମସ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ । ଡାକ୍ତରଙ୍କ ପଦୋନ୍ନତି ନେଇ ନିକଟରେ ଅନୁଷ୍ଠିତ ହୋଇଥିବା ଏକ ଇଣ୍ଟରଭ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଡାକ୍ତର । ବହୁ ଫାକଲ୍ଟି ସବୁ ପ୍ରକାର ଯୋଗ୍ୟତା ଥିଲେ ବି ପଦୋନ୍ନତି ପାଇନାହାଁନ୍ତି । ହେଲେ ଅଯୋଗ୍ୟ ଡାକ୍ତରଙ୍କୁ ପଦୋନ୍ନତି ଦିଆଯାଇଛି । ଯେଉଁମାନଙ୍କୁ ପଦୋନ୍ନତି ମିଳିନି ସେମାନେ ଏମସ ଭୁବନେଶ୍ୱରର ପ୍ରତିଷ୍ଠାତା ଫାକଲ୍ଟି ସଦସ୍ୟ । ଏମସ୍ ପ୍ରତିଷ୍ଠା ସମୟରୁ ସ୍ୱଳ୍ପ ସଂଖ୍ୟକ ସଦସ୍ୟଙ୍କୁ ନେଇ ଓ ଭିତ୍ତିଭୂମିରେ କଠିନ ପରିଶ୍ରମ କରି ଅନୁଷ୍ଠାନକୁ ବଡ଼ କରିଥିବା ଏହି ଡାକ୍ତରଙ୍କୁ ପଦୋନ୍ନତି ମିଳିପାରିନି । କୋଭିଡ ସମୟରେ ନିଜର ମାନସିକ ଓ ଶାରୀରିକ ଅସୁସ୍ଥତାକୁ ଅଣଦେଖା କରି ସେମାନେ ସମ୍ମୁଖ ଯୋଦ୍ଧା ଭାବେ ରୋଗୀ ସେବା କରିଛନ୍ତି । କିନ୍ତୁ ପଦୋନ୍ନତିରେ ଅନିୟମିତତାର ଶିକାର ହୋଇଥିବା ଡାକ୍ତରମାନେ ଗଭୀର ଭାବେ ମାନସିକ ସ୍ତରରେ ବିମୁଖ ହୋଇଥିବାରୁ ସାମଗ୍ରୀକ ଭାବେ ଅନୁଷ୍ଠାନ ଶିକ୍ଷା ଓ ଗବେଷଣା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏମସର ଅର୍ଦ୍ଧାଧିକ ଫାକଲ୍ଟି ଯେଉଁମାନଙ୍କୁ ପଦୋନ୍ନତି ଦିଆଯାଇନି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛି ମହିଳା ଡାକ୍ତର । ମହିଳା ସଶକ୍ତିକରଣକୁ ସାରା ଦେଶ ଗୁରୁତ୍ୱ ଦେଉଥିବା ବେଳେ ମହିଳା ଡାକ୍ତରଙ୍କ ଅନ୍ୟାୟ କରି ପଦୋନ୍ନତି ଦିଆଯାଇନି । ଏହି ମହିଳା ଡାକ୍ତରଙ୍କ ମଧ୍ୟରୁ ଅନେକଙ୍କୁ ଦ୍ୱିତୀୟ ଓ ତୃତୀୟ ଥର ପାଇଁ ପଦୋନ୍ନତି ମିଳିନି । ଏହା ସେମାନଙ୍କ କ୍ୟାରିୟରକୁ ପ୍ରଭାବିତ କରୁଛି । ଆସେସମେଣ୍ଟ ସମୟରେ ପଦୋନ୍ନତି ମିଳିନଥିବା ଡାକ୍ତରଙ୍କୁ ସେମାନଙ୍କ ଅଯୋଗ୍ୟତା କିମ୍ବା ବିଫଳତା ନେଇ କୌଣସି ସୂଚନା ଦିଆଯାଇନି । ପଦୋନ୍ନତିରେ ଅନିୟମିତତାର ଶିକାର ହୋଇଥିବା ଡାକ୍ତରଙ୍କ ପ୍ରମୋସନ ନିଷ୍ପତ୍ତିର ପୁର୍ନବିଚାର କରିବାକୁ ଏମସ ଫାକଲ୍ଟି ମାନେ ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବ୍ରାଜିଲ କମ୍ପାନୀ ସହ ଭାରତ ବାୟୋଟେକ୍‌ର ଚୁକ୍ତି ବାତିଲ: ଆଉ ବିଦେଶ ଯିବନି ଦେଶୀ ଟିକା

Leave a Reply