କେବଳ ପାଣିରେ ମରିବ କରୋନା ଭାଇରସ୍ ! ସ୍ପ୍ରେ କରିବା…
1 min readନୂଆଦିଲ୍ଲୀ: ଦେଶ ଓ ବିଶ୍ୱରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଏବେ ଯାଏଁ ଭ୍ୟାକ୍ସିନକୁ ନେଇ ଋଷ କେବଳ ଦାବି କରିଛି, ଯାହାକୁ ନେଇ ରହିଛି ଅନେକ ବିବାଦ । ଅନ୍ୟପଟେ କରୋନା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ବାହାରି ନାହିଁ । ତେବେ ଅନେକ ଗୁଡ଼ିଏ ଔଷଧ କରୋନା ଉପରେ ପ୍ରଭାବଶାଳୀ ପରିଲକ୍ଷିତ ହେଉଛନ୍ତି । ଏହାରି ଭିତରେ ଏକ ଭଲ ଖବର ଆସିଛି । ଏମ୍ସ-ଆଇଆଇଟିରେ ପଢ଼ିଥିବା କେତକ ଛାତ୍ର ଏକ ଟେକ୍ନୋଲୋଜି ତିଆରି କରିଛନ୍ତି । ଯେଉଁଥିରେ କେବଳ ପାଣି ସାହାଯ୍ୟରେ କରୋନା ଭାଇରସକୁ ମାରି ଦିଆଯାଇ ପାରିବ ।
ଡାକ୍ଟର ଶଶୀ ରଞ୍ଜନ ଓ ଦେବ୍ୟାନ ଶାହା (ଆଇଆଇଟି ଏଲ୍ୟୁମିନାଇ) ୨୦୧୫ରେ ଆମେରିକାର ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରୁ ପାଠପଢ଼ି ଦିଲ୍ଲୀ ଆସି ଏମ୍ସରେ ଯୋଗ ଦେଇଥିଲେ । ସେଠାରେ ସେ ବାୟୋଡିଜାଇନ୍ ଇନୋଭେସନ୍ ବିଷୟରେ ପଢ଼ିଥିଲେ । ବିଗତ ୫ ବର୍ଷ ହେଲା ସେ ଏମ୍ସ ସହିତ କାମ କରୁଛନ୍ତି ।
ଅନୁମତି ଦେଲା ICMR
ଉଭୟଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଟେକ୍ନୋଲୋଜିକୁ ICMR ଅନୁମତି ପ୍ରଦାନ କରିଛି । ଏହି ଟେକ୍ନୋଲୋଜି କରୋନା ଭାଇରସ୍ ମାରିବାରେ ସଫଳ ସାବ୍ୟସ୍ତ ହେବା ପରେ ଅନୁମତି ପ୍ରଦାନ କରାଯାଇଛି । ଏଥିରେ କେମିକାଲ ଓ ରାଡିଏସନ ଫ୍ରି ଡିଭାଇସର ବ୍ୟବହାର କରାଯାଇଛି । ଏହା ହେଉଛି ଭାରତର ଏକମାତ୍ର ଟେକ୍ନୋଲୋଜି ଯାହା USFDA ଗାଇଡଲାଇନ୍ ପାଳନ କରୁଛି ।
ପାଣିର ମ୍ୟାଗ୍ନିଫାଇ କ୍ୱାଲିଟିର ବ୍ୟବହାର
ଏହି ଟେକ୍ନୋଲୋଜିରେ ପାଣିର ସୁପର ମ୍ୟାଗ୍ନିଫାଇ କ୍ୱାଲିଟିର ବ୍ୟବହାର କରାଯିବ । ଅପ୍ଟିମାଇଜ୍ କଣ୍ଡିସନରେ ଏହା ପାଣିକୁ ଆଣ୍ଟି ୱାଇରଲ୍ କରିଦିଏ । ଏହା ପରେ ଏହି ଆଣ୍ଟି ୱାଇରଲ୍ ପାଣିକୁ ସ୍ପ୍ରେ କରାଯାଇଥାଏ । ମାଇକ୍ରାନ୍ ସାଇଜ୍ ଡପଲେଟ୍ ବାତାବରଣରେ ବ୍ୟାପୁଥିବା କରୋନା ସମେତ ଅନ୍ୟ ଭାଇରସକୁ ମଧ୍ୟ ମାରି ଦିଏ । ଏହି ଟେକ୍ନୋଲୋଜି ଜରିଆରେ ବାୟୋ ଟେରରିଜମ ଜରିଆରେ ବହୁତ ପରିମାଣରେ ନିୟନ୍ତ୍ରଣ କରାଯାଇ ପାରିବ ।
ବିନା ଖର୍ଚ୍ଚରେ ଆଣ୍ଟି ୱାଇରଲ ୱାଟର ପ୍ରସ୍ତୁତ
ପ୍ରସ୍ତୁତ ଡିଭାଇସ ପାଣିରେ ଚାଲୁଛି । ଅର୍ଥାତ୍ ପାଣିର ବ୍ୟବହାର କରି ଆଣ୍ଟି ୱାଇରଲ ପାଣିର ପ୍ରସ୍ତୁତ କରାଯାଉଛି । ଏହା ବହୁତ ଶସ୍ତା ମେଡଲ ଅଟେ ଏବଂ ପାଣିର ଅଭାବ ନଥିବାରୁ ଏହାର ବ୍ୟବହାର ସମସ୍ତ ଜାଗାରେ ଆରାମରେ କରାଯାଇ ପାରିବ ।