spot_img

Latest Posts

ସାବରମତୀ ନିକଟରେ ଅନୁଷ୍ଠିତ ହେବ ଏଆଇସିସି ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ : ଆଜି ସାବରମତୀ ନିକଟରେ ଅନୁଷ୍ଠିତ ହେବ ଏଆଇସିସି ଅଧିବେଶନ। ଏଥିରେ ଦେଶବ୍ୟାପୀ କଂଗ୍ରେସକୁ ମଜଭୁତ କରିବା ଲାଗି ଯୋଜନା ପ୍ରସ୍ତୁତ ହେବ। ତୃଣମୂଳସ୍ତରରରୁ ଦଳକୁ ସୁଶକ୍ତ କରିବା ଲାଗି ନିର୍ଦ୍ଧାରଣ ହେବ ପ୍ଲାନ। ନ୍ୟାୟପଥ ନାମରେ ନାମିତ ଏହି ଅଧିବେଶନରେ କଂଗ୍ରେସର ଭିଜନ ସମ୍ପର୍କରେ ଘୋଷଣା କରାଯିବ। ଆଞ୍ଚଳିକ ୟୁନିଟଗୁଡିକୁ ଅଧିକ କ୍ଷମତା ପ୍ରଦାନ କରିବା, ମେଣ୍ଟ ପ୍ରସଙ୍ଗରେ କ୍ଷେତ୍ର ପ୍ରସ୍ତୁତ କରିବା ଆଦି ସମ୍ପର୍କରେ ବି ଆଲୋଚନା ହେବ। ୨୦୨୭ ଗୁଜରାଟ ନିର୍ବାଚନ ସମେତ ୬ଟି ରାଜ୍ୟର ନିର୍ବାଚନ ପ୍ରସଙ୍ଗରେ ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ। ରୋଡମ୍ୟାପ ପ୍ରସଙ୍ଗରେ କେତେକ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହେବ। ଏହି ଅଧିବେଶନରେ ନ୍ୟାୟପଥ, ସଂକଳ୍ପ, ସମର୍ପଣ ଓ ସଂଘର୍ଷ ଥିମ ଅନୁସାରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହେବ। ଦେଶର ପ୍ରାୟ ୧୭୦୦ ପ୍ରତିନିଧି ଏହି ଅଧିବେଶନରେ ଯୋଗଦେବେ। ଅଧିବେଶନରେ ରାଜନୈତିକ, ଅର୍ଥନୈତିକ, ସାମାଜିକ, ଅନ୍ତର୍ଜାତୀୟ ଓ ସାଂଗଠନିକ ବିଷୟ ସମ୍ପର୍କରେ ପ୍ରସ୍ତାବ ଗୃହୀତ ହେବ। ସେହିପରି ଜାତିଜନଗଣନା, ସଂରକ୍ଷକ୍ଷ ସୀମା ୫୦ ପ୍ରତିଶତକୁ ବୃଦ୍ଧି, ପଛୁଆ ବର୍ଗଙ୍କୁ ସମର୍ଥନ ଆଦି ପ୍ରସଙ୍ଗରେ ବି କେତେକ ପ୍ରସ୍ତାବ ଗୃହୀତ ହେବ ବୋଲି ସୂଚନା ମିଳିଛି। ଗତକାଲି ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Latest Posts

Don't Miss