ଏଣିକି ରେଲଓ୍ବେ ଟ୍ରାକରେ ହାତୀ ମୃତ୍ୟୁ ରୋକିବ AI ଟାଓ୍ବାରର ଆଡଭାନ୍ସ ଟେକ୍ନୋଲୋଜି
1 min read![](https://nandighoshatv.com/wp-content/uploads/2024/12/asesdad.jpg)
ଭୁବନେଶ୍ୱର: ଏଣିକି ରେଲଓ୍ବେ ଟ୍ରାକରେ ଥିବା AI ଟାଓ୍ବାରର ଆଡଭାନ୍ସ ଟେକ୍ନୋଲୋଜିରେ ହାତୀଙ୍କୁ କରାଯିବ ଚିହ୍ନଟ। ରାଜ୍ୟର ହାତୀ ପ୍ରବଣ ଜିଲ୍ଲାରେ ବନବିଭାଗ ଏହା ସ୍ଥାପିତ କରୁଛି । ପ୍ରଥମ ଥର ପାଇଁ ରାଉରକେଲା ବନ ବିଭାଗର ବନ୍ଧମୁଣ୍ଡା-ବାର୍ସୁଆନ୍ ଟ୍ରାକରେ କରାଯାଇଛି।
ନାଇଟ ପାଟ୍ରୋଲିଂ ଜରିଆରେ ମଧ୍ୟ ହାତୀ ମାନଙ୍କ ଗତିବିଧି ଲକ୍ଷ୍ୟ କରାଯାଉଛି । ଏନେଇ ବନବିଭାଗ ତରଫରୁ ସୂଚନା ଦିଆଯାଇଛି। ବନବିଭାଗର ଏହି ସବୁ ନୂଆ ପଦ୍ଧତିରେ ହାତୀ ମୃତ୍ୟୁକୁ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି ।