ନୂଆ ମୋଟର ଯାନ ଆଇନରେ ସବୁଠୁ ବଡ଼ ଫାଇନ୍, ୨ କୋଟିର ଗାଡ଼ିକୁ ୧୦ ଲକ୍ଷ ଜରିମାନା

ଅହମଦାବାଦ: ଦେଶରେ ନୂଆ ମୋଟର ଯାନ ଆଇନ୍ ଲାଗୁ ପରେ ସବୁଠୁ ଅଧିକ ଫାଇନ୍ । ସମସ୍ତଙ୍କୁ ହତଚକିତ କଲା ଭଳି ମୋଟା ଅଙ୍କର ଚାଲାଣ କାଟିଛି ଟ୍ରାଫିକ୍ ପୋଲିସ । ଗୁଜରାଟ ପଶ୍ଚିମ ଅହମଦାବାଦରେ ଏହି ବଡ଼ ପରିମାଣର ଚାଲାଣ କଟାଯାଇଛି । ଦାମୀ ଗାଡ଼ିଟି ନମ୍ବର ପ୍ଲେଟ୍ ନଥିବାବେଳେ ଚାଳକଙ୍କ ପାଖେ ଗାଡ଼ି ସମ୍ବନ୍ଧୀୟ କୌଣସି କାଗଜପତ୍ର ହିଁ ନଥିଲା ।ଫଳରେ ସ୍ପୋର୍ଟ୍ସ କାର୍ ଉପରେ ୯ ଲକ୍ଷ ୮୦ ହଜାର ଟଙ୍କା ଫାଇନ୍ ପଡ଼ିଛି । ନିୟମିତ ଚେକିଂ ବେଳେ ପିଏସଆଇ ଏମବି ବିର୍ଜାଙ୍କ ହାବୁଡ଼ରେ ପଡ଼ିଥିଲା ଏହି ଦାମୀ କାର । ୨ କୋଟି ଟଙ୍କାର ପୋର୍ସ ୯୧୧କାରଟି ପଶ୍ଚିମ ଅହମଦାବାଦର ସିନ୍ଧୁ ଭବନ ରୋଡରେ ଧରାପଡ଼ିଥିଲା ।ଅହମଦାବାଦ ପୋଲିସ ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛି । କିଛିଦିନ ମଧ୍ୟରେ ଅହମଦାବାଦ ପୋଲିସ ଏମିତି ୧୦ ବିଳାସମୟ କାରର ଚାଲାଣ କାଟିଛି । ପୋଲିସ ପୋର୍ସ ୯୧୧ କାରକୁ ଜବତ କରିଥିବା ବେଳେ ଚାଳକ ଏଯାଏଁ ଜରିମାନା ଦେଇନଥିବା ଜଣାପଡ଼ିଛି ।

Leave a Reply