ବିଜୟ ପାଇଁ ଓଡ଼ିଶା ବାସୀ ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

Ahead Of Municipal Elections CM Naveen Patnaik Attends Virtual Meeting With Party Leaders

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି । ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ୱରୂପ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କ ସହ ଭର୍ଚୁଆଲ୍ କଥା ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତ ପଞ୍ଚାୟତ ନିର୍ବାଚନରେ ଦଳର ବିପୁଳ ସଫଳତା ପାଇଁ ଓଡ଼ିଶା ବାସୀ ତଥା ଦଳର କର୍ମୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ପଞ୍ଚାୟତ ନିର୍ବାଚନରେ, ଆମର ଏହି ଅସାଧାରଣ ଓ ଅଦ୍ଭୂତପୂର୍ବ ସଫଳତା ପାଇଁ, ମୁଁ  ସବୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି । ଓଡ଼ିଶାବାସୀ ପୁଣି ଥରେ, ଆମ କାମ ଉପରେ, ଆସ୍ଥା ପ୍ରକାଶ କରିଛନ୍ତି । ଏହି ବିଜୟ, ଗଣତାନ୍ତ୍ରିକ ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କରିଛି । ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ, ଓଡ଼ିଶାର ସବୁ ଅଞ୍ଚଳର ଜନସାଧାରଣ ଏହି ନିର୍ବାଚନରେ ସମାନ ଭାବରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି ।’

Ahead Of Municipal Elections CM Naveen Patnaik Attends Virtual Meeting With Party Leaders

‘ଏହି ଆଶୀର୍ବାଦ ଓ ସ୍ନେହ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି । ମୁଁ ଧନ୍ୟବାଦ ଦେଉଛି ଆମର କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ, ଯେଉଁମାନେ ରାତିଦିନ ଏକ କରି କାମ କରି ନିଜର ସବୁ ସୁଖ ସୁବିଧା ତ୍ୟାଗ କରି ଆମ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।’

Ahead Of Municipal Elections CM Naveen Patnaik Attends Virtual Meeting With Party Leaders

‘ଏହି ସଫଳତା ହେଉଛି ଆପଣମାନଙ୍କର ଯେଉଁମାନେ ଘର ଘର ବୁଲି ପ୍ରଚାର କରି ଲୋକଙ୍କୁ ବୁଝାଇଛନ୍ତି । ଏ ସଫଳତା ହେଉଛି ଓଡିଶାବାସୀଙ୍କର, ଯେଉଁମାନେ ଆମ ସରକାର ଉପରେ ଆସ୍ଥା ରଖିଛନ୍ତି । ଗଣତନ୍ତ୍ରରେ ଲୋକଙ୍କ ସ୍ୱର (ମତ) ହିଁ ସର୍ବଶ୍ରେଷ୍ଠ । ରାଜ୍ୟର ସବୁ ପଞ୍ଚାୟତରେ ଜନମତ ସ୍ପଷ୍ଟ ରୂପେ ଆମକୁ ମିଳିଛି । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କର ଏହି ମତକୁ ନମ୍ରତାର ସହ ଗ୍ରହଣ କରିଛି । ଆମେ ଆମର ଭଲ କାମ ଜାରି ରଖିବୁ ।’

Ahead Of Municipal Elections CM Naveen Patnaik Attends Virtual Meeting With Party Leaders

ଆଗାମୀ ପୌର ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳଙ୍କର ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ବର୍ତ୍ତମାନ ପୌର ନିର୍ବାଚନର ସମୟ ଆସିଛି । ଆପଣ ଜାଣନ୍ତି, ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ କେତେ ଅପପ୍ରଚାର କରିଛନ୍ତି । ମୋ ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି ଓ ଘୃଣ୍ୟ ରାଜନୀତି କରିଛନ୍ତି । କିନ୍ତୁ ଓଡ଼ିଶାବାସୀ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନାହାନ୍ତି । ଆଗାମୀ ପୌର ନିର୍ବାଚନରେ ମଧ୍ୟ ସେମାନେ ପୁଣିଥରେ ସେହିଭଳି ଅପପ୍ରଚାର କରିବେ । ଲୋକଙ୍କ ଆଗରେ ବିରୋଧୀ ଦଳଙ୍କ ଅପପ୍ରଚାରର ମୁଖା ଖୋଲିବା ହେଉଛି ଆମ ଦଳର ପ୍ରତି କର୍ମୀ ଭାଇଭଉଣୀ ମାନଙ୍କର ଦାୟିତ୍ୱ ।’

Ahead Of Municipal Elections CM Naveen Patnaik Attends Virtual Meeting With Party Leaders

ବିଜୁ ଜନତା ଦଳର ଆଦର୍ଶ ଓ ସହରାଞ୍ଚଳର ବିକାଶ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଆମେ ସକରାତ୍ମକ ରାଜନୀତିରେ ବିଶ୍ୱାସ କରୁ । ସ୍ୱଚ୍ଛ ସରକାର ଏବଂ ଲୋକଙ୍କର ଶକ୍ତି ହେଉଛି ଆମର ହଲ୍‌ମାର୍କ । ସହରାଞ୍ଚଳରେ ଅନେକ ଭଲ କାମ ହୋଇଛି । ସହରର ଗରିବ ଲୋକଙ୍କ ପାଇଁ ଜାଗା ମିଶନ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି । ଷ୍ଟ୍ରିଟ୍ ଲାଇଟ୍ ଠାରୁ ଆରମ୍ଭ କରି ଇନଡୋର ଷ୍ଟାଡିୟମ୍, ଭଲ ପିଇବା ପାଣି ଠାରୁ ଆରମ୍ଭ କରି ଆଧୁନିକ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା, ମିଶନ ଶକ୍ତିର ମା ମାନଙ୍କ ପାଇଁ ରୋଜଗାରର ନୂଆ ନୂଆ ସୁଯୋଗ, ୱାର୍ଡ ସ୍ତରରେ ଭିତ୍ତିଭୂମି ଓ ନାଗରିକ ସୁବିଧା ଏବଂ ଅନଲାଇନରେ ମ୍ୟୁନିସପାଲ ସେବା । ନାଗରିକ ମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ତିଆରି କରାଯାଇଛି । ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଆପାର୍ଟମେଣ୍ଟର ମାଲିକ, ମାଆ ମାନଙ୍କ ଠାରୁ ଆରମ୍ଭ କରି ଶିଶୁ ତଥା ଯୁବସମାଜ ସମସ୍ତଙ୍କ ସଶକ୍ତି ପାଇଁ ଆମେ ଦୃଢ଼ ପ୍ରତିବଦ୍ଧତାର ସହ କାମ କରୁଛୁ ।’

Ahead Of Municipal Elections CM Naveen Patnaik Attends Virtual Meeting With Party Leaders

ଓଡ଼ିଶାବାସୀ ନକରାତ୍ମକ ରାଜନୀତିକୁ କେବେ ବି ଗ୍ରହଣ କରିବେ ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଏହିସବୁ କାର୍ଯ୍ୟକ୍ରମକୁ ଆମକୁ ଲୋକଙ୍କ ପାଖକୁ ନେଇଯିବାକୁ ହେବ । ବିରୋଧୀ ଦଳଙ୍କର ମିଛ ତଥା ନକରାତ୍ମକ ରାଜନୀତିକୁ ଆମର ସକରାତ୍ମକ ତଥା ସତ୍‌ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡ଼ିବ । ମୋର ପୂରା ବିଶ୍ୱାସ, ଏହି ପଞ୍ଚାୟତ ନିର୍ବାଚନରେ ଆପଣମାନେ ଯେପରି କଠିନ ପରିଶ୍ରମ କରିଥିଲେ, ପୌର ନିର୍ବାଚନରେ ମଧ୍ୟ ସେହିପରି ଉଦ୍ୟମ ଜାରି ରଖିବେ । ଆମେ ପୁଣି ଥରେ ଲୋକଙ୍କ ଆସ୍ଥା ଓ ଆଶୀର୍ବାଦ ଲାଭ କରିପାରିବା ଏବଂ ବିରୋଧୀ ଦଳଙ୍କୁ ଦେଖାଇ ଦେବା ମିଛ ଓ ଛଳନାର ରାଜନୀତି ଓଡ଼ିଶାରେ କାମ କରିବ ନାହିଁ ।’

Ahead Of Municipal Elections CM Naveen Patnaik Attends Virtual Meeting With Party Leaders

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ । ଗୋଟିଏ ଗଣତନ୍ତ୍ରରେ ଲୋକମାନେ ହିଁ ହେଉଛନ୍ତି, କ୍ଷମତାର ସ୍ରୋତ । ରାଜ୍ୟର ସବୁଠାରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଟିର ବିଶ୍ୱାସ ହେବା ଦରକାର ଯେ ବିଜୁ ଜନତା ଦଳ ସବୁବେଳେ ତାର କଲ୍ୟାଣ ଏବଂ ତାର ଶସକ୍ତ ପାଇଁ କାମ କରୁଛି । ଏହି ବାର୍ତ୍ତାକୁ  ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପରିଶେଷରେ ଏହି ଅଦ୍ଭୂତପୂର୍ବ ଜନାଦେଶ ପାଇଁ ଓଡିଶାର ଜନସାଧାରଣଙ୍କୁ ଓ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଧନ୍ୟବାଦ ଜଣାଇଥିଲେ ।

Leave a Reply