spot_img

Latest Posts

ମହାରାଷ୍ଟ୍ର କୃଷିମନ୍ତ୍ରୀ ମାଣିକରାଓ କୋକାଟେଙ୍କୁ ୨ ବର୍ଷ ଜେଲଦଣ୍ଡ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ର କୃଷିମନ୍ତ୍ରୀ ମାଣିକରାଓ କୋକାଟେଙ୍କୁ ଜେଲଦଣ୍ଡ ।  ଏକ ଠକେଇ ମାମଲାରେ ମହାରାଷ୍ଟ୍ର କୃଷିମନ୍ତ୍ରୀ ମାଣିକରାଓ କୋକାଟେ ଓ ତାଙ୍କ ଭାଇ ସୁନୀଲ କୋକାଟେଙ୍କୁ ୨ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି ନାସିକ ଜିଲ୍ଲା କୋର୍ଟ। ଏହା ସହ ୫୦ ହଜାର ଲେଖାଏଁ ଜରିମାନା ବି ଧାର୍ଯ୍ୟ କରିଛନ୍ତି ଅଦାଲତ।

୧୯୯୫ରେ ଜାଲ ନଥି ଜରିଆରେ ହୋଇଥିବା ଠକେଇ ମାମଲାରେ କୋର୍ଟ ଏହି ନିର୍ଦ୍ଦେଶ ଶୁଣାଇଛନ୍ତି । ଦୁଇ ଭାଇଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲେ ପୂର୍ବତନ ମନ୍ତ୍ରୀ ତୁକାରାମ ଦିଘୋଲ। ୧୯୯୫ରେ ସରକାରଙ୍କ ୧୦ ପ୍ରତିଶତ କୋଟା  ବ୍ୟବସ୍ଥାରେ ଘର କିଣିବା କ୍ଷେତ୍ରରେ ଦୁଇ ଭାଇ ଜାଲ ଉପାୟ ଆପଣାଇଥିଲେ। ବର୍ତ୍ତମାନ ଅଜିତ ପାୱାର ନେତୃତ୍ବାଧୀନ ଏନସିପିର ସଦସ୍ୟ ଅଛନ୍ତି ମାଣିକରାଓ। ତାଙ୍କ ବିରୋଧରେ ଧାରା ୪୨୦, ୪୬୫, ୪୭୧, ୪୭ ରେ ମାମଲା ରୁଜୁ ହୋଇଥିଲା। ଗତ ୨୦୨୪ ବିଧାନସଭା ନିର୍ବାଚନରେ ଶରଦ ପାୱାର ନେତୃତ୍ବାଧୀନ ଏନସିପି-ଏସପି ପ୍ରାର୍ଥୀ ଉଦୟ ସାଙ୍ଗଲଙ୍କୁ ପରାସ୍ତ କରି ଚର୍ଚ୍ଚାକୁ ଆସିଥିଲେ ସିନାର ବିଧାୟକ ତଥା କୃଷିମନ୍ତ୍ରୀ ମାଣିକରାଓ।

 

Latest Posts

Don't Miss