ଚାଷୀଙ୍କ ଅଜାଣତରେ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କାର ଋଣ: ବ୍ୟାଙ୍କ ନୋଟିସ ପାଇ ଚିନ୍ତାରେ ଚାଷୀ

ନୀଳଗିରି: ଚାଷୀଙ୍କ ଅଜାଣତରେ ବ୍ୟାଙ୍କରୁ ଉଠିଛି ଲକ୍ଷ ଲକ୍ଷ ଟଙ୍କା  । ବାଲେଶ୍ୱର ଜିଲ୍ଲା ନୀଳଗିରି ସମବାୟ ବ୍ୟାଙ୍କରେ ବଡ଼ଧରଣର ଠକେଇ ହୋଇଥିବା ଅଭିଯୋଗ ହୋଇଛି  । ଚାଷୀଙ୍କ ଆଧାର ଓ ଭୋଟର କାର୍ଡ ବ୍ୟବହାର କରି ଋଣ ଉଠାଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଠକେଇକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ୱୀକାର କରିଥିବାବେଳେ କାର୍ଯ୍ୟନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ମ୍ୟାନେଜର  ।

ଋଣ ନନେଇ ପରିଶୋଧ କରିବାକୁ ବ୍ୟାଙ୍କ୍ ନୋଟି୍ସ  । ବାଲେଶ୍ୱର ଜିଲ୍ଲା ନୀଳଗିରି ସମବାୟ ବ୍ୟାଙ୍କରୁ ୫୦ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ । ନୀଳଗିରି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁର ଚାଷୀଙ୍କ ଆଧାର ଓ ଭୋଟର ପରିଚୟପତ୍ର ମାଧ୍ୟମରେ ସମବାୟ ବ୍ୟାଙ୍କରୁ ଋଣ ଉଠାଯାଇଛି  । ମାତ୍ର ଏ ସମ୍ବନ୍ଧରେ ଚାଷୀ ଜାଣିନଥିବା କହିଛନ୍ତି । ଚାଷୀଙ୍କ ଅଜାଣତରେ ଜଣ ପିଛା ୪୯ହଜାର ୫ଶହ ଟଙ୍କା ଋଣ ଉଠାଯାଇଛି । ଋଣ ପରିଶୋଧ ପାଇଁ ଚାଷୀଙ୍କୁ ବ୍ୟାଙ୍କ ନୋଟିସ ଆସିବା ପରେ ସାମ୍ନାକୁ ଆସିଛି ମାମଲା ।

ସମବାୟ ବ୍ୟାଙ୍କ ସମ୍ପାଦକ ଚଞ୍ଚକତା କରି ଋଣ ଉଠାଇଥିବା ଅଭିଯୋଗ ପରେ ସଂପୃକ୍ତ ସମ୍ପାଦକ ମନୋଜ ମହାପାତ୍ରଙ୍କୁ ସସ୍‌ପେଣ୍ଡ କରାଯାଇଛି । କାଗଜପତ୍ର ଠିକ୍ ଭାବେ ଯାଞ୍ଚ ନକରି କିପରି ଏତେ ପରିମାଣର ଋଣ ପ୍ରଦାନ କରାଗଲା, ସେନେଇ ପ୍ରଶ୍ନ ଉଠିଛି  । ଠକେଇ ହୋଇଥବା ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ବୀକାର କରିଥିବା ବେଳେ କିଭଳି ଠକେଇ ହେଲା ସେନେଇ ମ୍ୟାନେଜର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି  ।

ଏଥିସହିତ ପଢ଼ନ୍ତୁ: ରୋଷେଇ ଗ୍ୟାସ୍ ସିଲିଣ୍ଡରରୁ ବାହାରୁଛି ପାଣି

Leave a Reply