spot_img

Latest Posts

୮ଟି ଖରିଫ୍ ଫସଲ ଏବଂ ୯ଟି ରବି ଫସଲ ହେବ ବୀମା ଅନ୍ତର୍ଭୁକ୍ତ

ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଋତୁରେ ୮ଟି ଫସଲ ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବ  । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଫସଲବୀମା ସମନ୍ୱୟ କମିଟି ବୈଠକରେ ଏହା ସ୍ତିର ହୋଇଛି  । ରାଜ୍ୟ ଲୋକସଭା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢା ଚଳିତ ବର୍ଷ ପାଇଁ ଫସଲ ବୀମା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନା କରିଥିଲେ  ।

ଚଳିତ ବର୍ଷ ଖରିଫ ଋତୁରେ ଧାନ, ଚିନା ବାଦାମ, ମକା, ହରଡ଼, ମାଣ୍ଡିଆ, ତୁଳା, ଅଦା ଓ ହଳଦୀ ଆଦି ୮ଟି ଫସଲକୁ ବୀମାଭୁକ୍ତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା . ସେହିପରି ରବି ଋତୁରେ ଧାନ, ଚିନା ବାଦାମ, ବିରି, ମୁଗ, ସୋରିଷ, ସୂର୍ଯ୍ୟମୁଖୀ, ଆଳୁ, ଆଖୁ, ଏବଂ ପିଆଜ ଆଜି ୯ଟି ଫସଲ ବୀମାଭୁକ୍ତ ହେବ  । ସାଧାରଣତଃ ଦାନ ଫସଲ ପାଇଁ ଏକ ଗ୍ରାମ ପଞ୍ଚାୟତ ବା ସହରାଞ୍ଚଳ ଏବଂ ଅଣ ଧାନ ଫସଲ ପାଇଁ ଏକ ବ୍ଲକକୁ ବୀମା ୟୁନିଟ ଭାବେ ବିଚାର କରାଯିବ  ।

ଚଳିତ ବର୍ଷ ଜୁଲାଇ ୩୧ ତାରିଖକୁ ଖରିଫ ଫସଲ ବୀମା ପଞ୍ଜୀକରଣ ଶେଷ ତାରିଖ ରୂପେ ଧାର୍ଯ୍ୟ କରାଯାଇଥିଲା  । ଏହି ଦିନ ସୁଦ୍ଧା ସମସ୍ତ କୃଷକମାନେ ନିଜ ନିଜ ଫସଲବୀମା କରାଇନେବେ  । ଚାଷ ପାଇଁ ଋଣ ନେଉଥିବା ଚାଷୀମାନଙ୍କର ବୀମା ସମ୍ପୃକ୍ତ ବ୍ୟାଙ୍କ ମାଧ୍ୟମରେ ହେବ  । ଯେଉଁମାନେ ଚାଷ –ଋଣ ନେଉ ନାହାଣନ୍ତି ସେମାନେ ମଧ୍ୟ ନିକଟସ୍ଥ ଜନସେବା କେନ୍ଦ୍ର, ନିଜର ସେଭିଙ୍ଗସ୍ ଆକାଉଣ୍ଟ ଥିବା ବ୍ୟାଙ୍କ ବା ସଂପୃକ୍ତ ଜିଲ୍ଲା ପାଇଁ ନିର୍ଦ୍ଧାରିତ ଫଂସଲବୀମା ଇନସ୍ୟୁରାନ୍ସ କମ୍ପାନୀ ଏଜେଣ୍ଟମାନଙ୍କ ମାଧ୍ୟମରେ ନିଜ ନିଜ କ୍ଷେତରେ କରୁଥିବା ଉପଯୁକ୍ତ ଫସଲବୀମା କରାଇପାରିବେ  ।

Latest Posts

Don't Miss