spot_img

Latest Posts

ସିଆଚୀନରେ ସହିଦ ହେଲେ ଦେଶର ପ୍ରଥମ ଅଗ୍ନିବୀର, ଜାଣନ୍ତୁ ପରିବାରବର୍ଗଙ୍କୁ କେତେ ଆର୍ଥିକ ସହାୟତା ମିଳିବ…

ନୂଆଦିଲ୍ଲୀ: ସିଆଚିନରେ ନିୟୋଜିତ ଅଗ୍ନିବୀର ଯବାନ ଗାୱତ ଅକ୍ଷୟ ଲକ୍ଷ୍ମଣ ଲାଇନ୍ ଅଫ୍ ଡ୍ୟୁଟିରେ ନିୟୋଜିତ ଥିଲେ। ଏକ ଅପରେସନ୍ ସମୟରେ ପ୍ରାଣ ହରାଇଛନ୍ତି । ଲକ୍ଷ୍ମଣ ହେଉଛନ୍ତି ଦେଶର ପ୍ରଥମ ଅଗ୍ନିବୀର ଯିଏକି ଡ୍ୟୁଟିରେ ଥିବା ସମୟରେ ସହିଦ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ ଲକ୍ଷ୍ମଣଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ଫୋର୍ସର ସମସ୍ତ ବଡ଼ ଅଫିସର ମହାରାଷ୍ଟ୍ରରେ ପହଞ୍ଚି ଅଗ୍ନିବୀର ଗାଭେଟ ଅକ୍ଷୟ ଲକ୍ଷ୍ମଣଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି।

ଗାୱତ କାରାକୋରମ୍ ରେଞ୍ଜର ପାଖାପାଖି ୨୦ ହଜାର ଫୁଟ୍ ଉଚ୍ଚରେ ସ୍ଥିତ ସିଆଚିନ ଗ୍ଲାସିୟର ଉପରେ ମୁତୟନ ଥିଲେ। ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧ ସ୍ଥଳ ଭାବେ ଏହି ଗ୍ଲାସିୟର ଜଣାଶୁଣା।  ଏଠାରେ ଅତ୍ୟଧିକ ବରଫପାତ ସହ ଝଡ଼ର ସାମ୍ନା କରିବାକୁ ପଡିଥାଏ ସେନାବାହିନୀଙ୍କୁ । ତେବେ ଏହା ଭାରତର ସବୁଠୁ ବଡ଼ ଓ ଦୁନିଆର ଦ୍ୱିତୀୟ ବଡ଼ ଗ୍ଲାସିୟର ଅଟେ।

ତେବେ ସେନାର ନିୟମ ଅନୁଯାୟୀ, ସହିଦ ଗାୱତଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ।  ସାହାଯ୍ୟ ଦିଆଯିବ ଜାଣନ୍ତୁ

ସହିଦ ଲକ୍ଷ୍ମଣଙ୍କ ପରିବାରବର୍ଗଙ୍କୁ ବୀମା ସ୍ୱରୂପ ୪୮ ଲକ୍ଷ ଟଙ୍କା ମିଳିବ । ଏହାବ୍ୟତୀତ ଅନୁକମ୍ପା ରାଶି ଭାବେ ୪୪ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେବା ନିଧି ଅନୁଯାୟୀ (୩୦%) ଯୋଗଦାନ ମିଳିବ, ଯେଉଁଥିରେ ସରକାରଙ୍କ ଦ୍ୱାରା ସମାନ ଯୋଗଦାନ ଏହା ଉପରେ ସୁଧ ହାର ଅନ୍ତର୍ଭୁକ୍ତ ମଧ୍ୟ ରହିବମୃତ୍ୟୁର ତାରିଖରୁ ବର୍ଷ ଶେଷ ହେବା ପର୍ଯ୍ୟନ୍ତ ଦରମା ମିଳିବ। ଶେଷ କାର୍ଯ୍ୟକାଳ ବେଳକୁ ଏହି ରାଶି ୧୩ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ହେବ । ସଶସ୍ତ୍ର ବାହିନୀ ଯୁଦ୍ଧ କାଜୁଆଲିଟି ପାଣ୍ଠିରୁ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ଖାଲି ଏତିକି ନୁହେଁ ଆର୍ମି ୱାଇସ୍ ୱେଲଫେୟାର ଆସୋସିଏସନ୍ ତରଫରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ତେବେ କହିବାକୁ ଗଲେ ଏହି ଧନରାଶି ସର୍ବମୋଟ୍ ୧ କୋଟି ୧୩ ଲକ୍ଷ ଟଙ୍କାରୁ ଅଧିକ ହେବ

Latest Posts

Don't Miss