’ଅଗ୍ନିପଥ’ ଯୋଜନାକୁ କଟକରେ ବିରୋଧ

କଟକ: ଅଗ୍ନିପଥକୁ ନେଇ ଆକ୍ରୋଶ ଜାରି । କେନ୍ଦ୍ର ବିରୋଧରେ ଦେଶବ୍ୟାପୀ ଜଳୁଛି ଅସନ୍ତୋଷର ନିଆଁ । ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ପାଇଁ ଆଶାୟୀଙ୍କ ସମୟସୀମା ବୃଦ୍ଧି ପରେ ବି ଥମୁନି ବିକ୍ଷୋଭ । ଭାରତରେ ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳୁଛି ବିରୋଧ । ଅଗ୍ନିପଥକୁ ନେଇ ଓଡ଼ିଶାରେ ମଧ୍ୟ ବିରୋଧର ନିଆଁ ଦେଖିବାକୁ ମିଳିଛି । ଅଗ୍ନିପଥ ଯୋଜନାକୁ କଟକରେ ତୀବ୍ର ବିରୋଧ କରାଯାଇଛି । କଟକ କ୍ୟାଣ୍ଟନମେଣ୍ଟ ଆର୍ମି ରିକ୍ରୁଟଣ୍ଟ କାର୍ଯ୍ୟାଳୟ ଘେରାଉ କରିଛନ୍ତି ହଜାର ହଜାର ଯୁବକ । ଆର୍ମିରେ ଅଗ୍ନିବିର ଦାଖଲକୁ ତୀବ୍ର ବିରୋଧ ହୋଇଛି । କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।