ସେନାରେ ସାମିଲ ହେବାକୁ ଅଗ୍ନିପଥ ଯୋଜନା: ମାତ୍ର ୪ ବର୍ଷ ଦେଶ ସେବା, ଦରମା…

1 min read

ନୂଆଦିଲ୍ଲୀ: ଏବେ ଭାରତୀୟ ସେନାରେ ସାମିଲ ହେବାକୁ ବଡ଼ ସୁଯୋଗ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଗ୍ନିପଥ ଭର୍ତ୍ତି ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ସେବାରେ ସାମିଲ ହେବାକୁ ଥିବା ଯୁବକଯୁବତୀମାନେ ‘ଅଗ୍ନିବୀର’ ଭାବେ ପରିଚିତ ହେବେ । ମାତ୍ର ୪ ବର୍ଷ ସେନାରେ ରହି ଦେଶର ସେବା କରିବେ । ଚାକିରିରୁ ନିବୃତ୍ତ ହେବା ପରେ ସର୍ଭିସ ଫଣ୍ଡ ମଧ୍ୟ ମିଳିବ ।

ଏହି ଯୋଜନା ଭାରତୀୟ ସେନାରେ ସାମିଲ ହେବାକୁ ଯୁବ ବର୍ଗଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବ । ନିଯୁକ୍ତି ପାଇଥିବା ଯବାନଙ୍କ ମଧ୍ୟରୁ ୨୫ ପ୍ରତିଶତ ଆଗକୁ ସେନାରେ ରହିପାରିବେ । ୪ ବର୍ଷ ପରେ ଯେଉଁମାନେ ସେନାରୁ ନିବୃତ୍ତ ହେବେ ସେମାନେ ପରେ ଅନ୍ୟ ଚାକିରି କରିପାରିବେ ।

ଅଗ୍ନିପଥ ଯୋଜନାର ମୁଖ୍ୟାଂଶ

  • ୪ ବର୍ଷ ପାଇଁ ସେନାରେ ଭର୍ତ୍ତି ।
  • ମୋଟା ଅଙ୍କର ଦରମା  ।
  • ସେନା ନିବୃତ୍ତ ହେବା ପରେ ଭବିଷ୍ୟତ ପାଇଁ ମିଳିବ ସୁଯୋଗ ।
  • ୪ ବର୍ଷ ଚାକିରି ପରେ ସର୍ଭିସ ଫଣ୍ଡ  ।
  • ୧୭.୫ ବର୍ଷରୁ ୨୧ ବର୍ଷର ଛାତ୍ର କରିପାରିବେ ଆବେଦନ ।
  • ୧୦ ସପ୍ତାହରୁ ୬ ମାସ ପର୍ଯ୍ୟନ୍ତ ଟ୍ରେନିଂ ।
  • ଦଶମ ଓ ଯୁକ୍ତଦୁଇ ଛାତ୍ର ଆବେଦନ କରିପାରିବେ ।
  • ୯୦ ଦିନ ପାଇଁ ପ୍ରଥମ ଭର୍ତ୍ତି।
  • ଦେଶ ସେବାରେ ସହିଦ ହେଲେ ପରିବାରକୁ ସର୍ଭିସ ଫଣ୍ଡ ସହ ଏକ କୋଟିରୁ ଅଧିକ ଟଙ୍କା ସୁଧ ସହ ମିଳିବ । ବଳକା ଥିବା ଚାକିରିର ଦରମା ମଧ୍ୟ ଦିଆଯିବ ।
  • ଭିନ୍ନକ୍ଷମ ହୋଇଗଲେ ୪୪ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବ । ଏହାସହ ବାକି ଚାକିରିର ଦରମା ମିଳିବ ।  
  • ପୂରା ଦେଶରେ ମେରିଟ ଅନୁସାରେ ଅଗ୍ନିବୀରଙ୍କୁ ଚୟନ କରାଯିବ ।

ଦରମା କେତେ ମିଳିବ ?

ପ୍ରତିରକ୍ଷା ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଏହି ଯୋଜନାରେ ପ୍ରଥମ ବର୍ଷ ଅଗ୍ନିବୀରଙ୍କ ପାଇଁ ୪.୭୬ ଲକ୍ଷ ଟଙ୍କାର ପ୍ୟାକେଜ ରଖାଯାଇଛି । ଚତୁର୍ଥ ବର୍ଷ ବେଳକୁ ଏହା ବଢି ବାର୍ଷିକ ୬.୯୨ ଲକ୍ଷ ହୋଇଯିବ । ଏହାବାଦ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ । ୪ ବର୍ଷ ଚାକିରି ପରେ ସର୍ଭିସ ଫଣ୍ଡ ବାବଦକୁ ୧୧.୭ ଲକ୍ଷ ଟଙ୍କା ମିଳିବ । ଏହା ଉପରେ କୌଣସି ଟ୍ୟାସ୍ ଲାଗୁ ହେବନି ।

ଆହୁରି ଅଧିକ ପଢ଼ନ୍ତୁ:

https://nandighoshatv.comrahul-is-in-the-final-stages-of-rescue/