ବାଲାଷ୍ଟିକ ମିସାଇଲ ଅଗ୍ନୀ-4ର ସଫଳ ପରୀକ୍ଷଣ

1 min read

ବାଲେଶ୍ୱର: ମଧ୍ୟମ ଦୁରଗାମୀ ବାଲାଷ୍ଟିକ ମିସାଇଲ ଅଗ୍ନୀ-4ର ସଫଳ ପରୀକ୍ଷଣ । ଚାନ୍ଦିପୁର ଅବଦୁଲ କଲାମ ଦୀପରେ ଥିବା ୪ନଂ ଲଞ୍ଚପ୍ୟାଡରୁ ପରୀକ୍ଷଣ ହୋଇଛି ଏହି ମିଜାଇଲ । ରାତ୍ରିକାଳୀନ ପରୀକ୍ଷା ଭାବେ ସନ୍ଧ୍ୟା 7ଟା ୩୦ରେ ପରୀକ୍ଷଣ ହୋଇଛି ମିସାଇଲ ଅଗ୍ନୀ-4 । ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ର ସ୍ଥିରିକୃତ ବେଗ, ଦିଗ, ଗତୀ ଓ ଟାର୍ଗେଟକୁ ସଠିକଭାବେ ହିଟ କରିଥିବା ଡିଆରଡିଓ ତରଫରୁ କୁହାଯାଇଛି ।

ଅଗ୍ନୀ-4 ମିସାଇଲର ଲକ୍ଷ୍ୟଭେଦ କ୍ଷମତା 4 ହଜାର କିଲୋମିଟର ଥିବାବେଳେ ଏହାର ଓଜନ 17ଟନ, ଲମ୍ବ 20 ମିଟର ରହିଛି । ଭରତ ଡାୟନାମିକ ଲିମିଟେଡ ଦ୍ବାରା ନିର୍ମିତ ଅଗ୍ନୀ-4 କ୍ଷେପଣାସ୍ତ୍ରରେ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରଯାଇ ପାରିବ।