ଚୀନର ହାଇପର ସୋନିକ୍ ମିଶାଇଲ ବନାମ ଭାରତର ଅଗ୍ନି, କିଏ ଅଧିକ ଶକ୍ତିଶାଳୀ

1 min read

ନୂଆଦିଲ୍ଲୀ: ଶତ୍ରୁ ଦେଶଙ୍କୁ ମାତ ଦେବା ପାଇଁ ଶକ୍ତିଶାଳୀ ହେବାରେ ଲାଗିଛି ଭାରତ । ଗୋଟିଏ ପରେ ଗୋଟିଏ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପରୀକ୍ଷଣ କରି ନିଜର ଶକ୍ତି ବଢ଼ାଇବାରେ ଲାଗିଛି ଭାରତ । ବର୍ତ୍ତମାନ ଭାରତୀୟ ସେନାର ଶକ୍ତି ଆହୁରି ବଢ଼ିବାକୁ ଯାଉଛି । ସୀମା ସୁରକ୍ଷା ଓ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ବଡ଼ ସଫଳତା । ବୁଧବାର ଓଡ଼ିଶାର ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-୫ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ର ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି । ଏହି କାରଣରୁ ଏହାକୁ ନେଇ ଅନେକ ଆଲୋଚନା ହେଉଛି । ତେବେ ଭାରତର ଏହି କ୍ଷେପଣାସ୍ତ୍ରକୁ ଚୀନର କ୍ଷେପଣାସ୍ତ୍ର ସହ ତୁଳନା କରାଯାଉଛି । ଏଭଳି ପରିସ୍ଥିତିରେ ଭାରତର କ୍ଷେପଣାସ୍ତ୍ର ଶକ୍ତିଶାଳୀ ନା ଚୀନର କ୍ଷେପଣାସ୍ତ୍ର ଶକ୍ତିଶାଳୀ ଆସନ୍ତୁ ଜାଣିବା ।

ପ୍ରଥମେ ଯଦି ଆମେ ଅଗ୍ନି-୫ର କଥା କହିବା ତାହାଲେ  । ଏହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର । ଏହି ଅଗ୍ନି -୫ କ୍ଷେପଣାସ୍ତ୍ରର ଶକ୍ତି ମଧ୍ୟ ଅଧିକ । କାହିଁକି ନା ଏହାର ଇଞ୍ଜିନରେ ଅନେକ କାମ କରାଯାଇଛି । ଏହାର ଇଞ୍ଜିନ ତିନି ପର୍ଯ୍ୟାୟ କଠିନ ଇନ୍ଧନରୁ ନିର୍ମିତ । ଏପରି ସ୍ଥିତିରେ ଏହାର କ୍ଷମତା ଓ ସଠିକତା  ଅନ୍ୟ କ୍ଷେପଣାସ୍ତ୍ର ଅପେକ୍ଷା ବେଶ୍ ଅଧିକ । ତେବେ ଅଗ୍ନି-୫ର ବିଶେଷ କଥା ହେଉଛି ଏହା ଭାରତର ପ୍ରଥମ ଓ ଏକମାତ୍ର ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ କ୍ଷେପଣାସ୍ତ୍ର ।  ଯାହା DRDO ଦ୍ବାରା ପ୍ରସ୍ତୁତ କରାଯାଇଛି । ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ରରେ ଏହା ଭାରତକୁ ବିଶେଷ ଭାବରେ ସାହାର୍ଯ୍ୟ କରିବ । ଅଗ୍ନି-୫ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଏକାଥରକେ ଏକାଧିକ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ । ଯେଉଁଥି ପାଇଁ ଭାରତୀୟ ସେନା ଏହାକୁ ବିଶେଷ ଭାବରେ ସାହାର୍ଯ୍ୟ କରିବ । ଏହି କ୍ଷେପଣାସ୍ତ୍ର ଦେଢ଼ ଟନ ପରମାଣୁ  ଅସ୍ତ୍ରଶସ୍ତ୍ରକୁ ବହନ କରି ପାରିବ । ଯଦି ଏହାର ଗତି ଦେଖିବା ତାହାଲେ ଏହାର ଗତି ହେଉଛି ମାଚ ୨୪ ଅର୍ଥାତ ଶବ୍ଦର ଗତିଠାରୁ ୨୪ ଗୁଣ ଅଧିକ ।

ଯଦି ଆମେ ଚୀନର କ୍ଷେପଣାସ୍ତ୍ର ବିଷୟରେ କହିବା ତାହାଲେ । ତେବେ ଏହା ହେଉଛି ଏକ ହାଇପରସୋନିକ୍ କ୍ଷେପଣାସ୍ତ୍ର । ଏହି କ୍ଷେପଣାସ୍ତ୍ର ପରମାଣୁ ବମ୍ ପକାଇବାରେ ସକ୍ଷମ ଏବଂ ପୃଥିବୀରେ ଥିବା ଏୟାର ସିଷ୍ଟମକୁ ଏଡାଇବାରେ ମଧ୍ୟ ସଫଳ ଏହି ହାଇପର ସୋନିକ କ୍ଷେପଣାସ୍ତ୍ର । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି କ୍ଷେପଣାସ୍ତ୍ରକୁ ଅଟକାଇବା ବହୁତ କଷ୍ଟସାଧ୍ୟ । ରିପୋର୍ଟ ଅନୁସାରେ ଆମେରିକା ପାଖରେ ମଧ୍ୟ ଏହାକୁ ଅଟକାଇବାର ଶକ୍ତି ନାହିଁ । ଏହି କ୍ଷେପଣାସ୍ତ୍ର ରାଡାରରେ ମଧ୍ୟ ଆସିବ ନାହିଁ । ଯେଉଁଥି ପାଇଁ ଏହି କ୍ଷେପଣାସ୍ତ୍ର ଅତ୍ୟନ୍ତ ବିପଦଜ୍ଜନକ । ତେବେ ଫାଇନାନ୍ସିଆଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ପ୍ରଥମ ଥର ଏହି କ୍ଷେପଣାସ୍ତ୍ର ନିଜ ଲକ୍ଷ୍ୟଠାରୁ ୪୦ କିଲୋମିଟର ଦୂରରେ ହିଟ୍ କରିଥିଲା । କିନ୍ତୁ ଚୀନ ଏପରି ଅନେକ ରିପୋର୍ଟକୁ ପ୍ରତ୍ୟାଖାନ କରିଛି ।

ଏହି ଦୁଇ କ୍ଷେପଣାସ୍ତ୍ର ମଧ୍ୟରେ ପାର୍ଥକ୍ୟ ଯଦି ଦେଖିବା ତାହାଲେ ଏହି ଦୁଇ କ୍ଷେପଣାସ୍ତ୍ର ଭିନ୍ନ ଭିନ୍ନ ପ୍ରକାରର । ଯେଉଁଠି ଭାରତର ଅଗ୍ନି-୫ କ୍ଷେପଣାସ୍ତ୍ର ଏକ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ କ୍ଷେପଣାସ୍ତ୍ର ହୋଇଥିବା ବେଳେ ଚୀନର କ୍ଷେପଣାସ୍ତ୍ର ଏକ ହାଇପର ସୋନିକ କ୍ଷେପଣାସ୍ତ୍ର । ଆଇସିବିଏମ୍ ହେଉଛି ଏକ ଦୂରଗାମୀ କ୍ଷେପଣାସ୍ତ୍ର ଯାହା ପୃଥିବୀର ବାୟୁମଣ୍ଡଳ ଛାଡି ତା’ପରେ ଫେରି ଆସି ଏକ ପାରାବୋଲା ପରି  ଲକ୍ଷ୍ୟକୁ ଟାର୍ଗେଟ କରିଥାଏ । ଅନ୍ୟପଟେ ଏକ ହାଇପର ସୋନିକ କ୍ଷେପଣାସ୍ତ୍ର ଏକ ରକେଟ ଦ୍ବାରା ଉତକ୍ଷେପଣ କରାଯାଇଥାଏ ।  ଯାହା ପୃଥିବୀର ନିମ୍ନ କକ୍ଷ ପଥରେ ଶବ୍ଦର ବେଗରୁ ପାଞ୍ଚ ଗୁଣରୁ ୨୫ ଗୁଣ ପର୍ଯ୍ୟନ୍ତ ଗତି କରିଥାଏ ।

Leave a Reply