୩ କୃଷି ଆଇନକୁ ଅଖିଳ ଭାରତ କୃଷକ ସଭାର ବିରୋଧ

ଦିଗପହଣ୍ଡି: କରୋନା ମହାମାରୀ ସମୟରେ ଦେଶବାସୀ ପ୍ରାୟତଃ ଗୃହବନ୍ଦୀ ଅବସ୍ଥାରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ଗତ ଜୁନ ମାସରେ ଅତି ତରବରିଆ ଭାବେ ନୂଆଁ କୃଷି ଆଇନ ସମ୍ପର୍କିତ ୩ ଟି ଅଧ୍ୟାଦେଶ ଆଣିଥିଲେ। ଏହି ଆଇନ ଦେଶ ଏବଂ ଦେଶ ବାହାରର ଶିଳ୍ପପତିଙ୍କ ସ୍ବାର୍ଥରେ ଅଣାଯାଇଛି । ଏହି ୩ଟି  କୃଷି ଆଇନ ଦ୍ୱାରା ଦେଶର ଚାଷୀ ଓ ଚାଷର ସର୍ବନାଶ ହେବ ବୋଲି କହିଛନ୍ତି ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର  ।

ସିପିଆଇ ସମର୍ଥିତ ଅଖିଳ ଭାରତ କୃଷକ ସଭା ବଡ଼ ଖେମୁଣ୍ଡି ଆଞ୍ଚଳିକ କମିଟି ପକ୍ଷରୁ  ଶୁକ୍ରବାର  ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନରେ ଉଦ୍‌ବୋଧନ ଦେଇ ଏହା କହିଥିଲେ ଶ୍ରୀ ପାତ୍ର ।

ଶୁକ୍ରବାର ଅନୁଷ୍ଠିତ ପ୍ରତିବାଦ ସଭାରେ କେନ୍ଦ୍ର ସରକାରଙ୍କ ସାମଗ୍ରିକ ବିଫଳତାକୁ ଉପସ୍ଥିତ ଦଳୀୟ ନେତୃବୃନ୍ଦ ତୀବ୍ର ସମାଲୋଚନା କରିଥିଲେ। ଏହି ଅବସରରେ ସିପିଆଇ ଜିଲା ସହ ସମ୍ପାଦକ ଅଳକନାଥ ମିଶ୍ର , ଅନନ୍ତ ମହାଙ୍କୁଡ, କିଶୋର ଶତପଥୀ, ପ୍ରମୋଦ ସ୍ବାଇଁ , ଦୈତାରୀ ରେଡ୍ଡୀ,  ମୂଷା ବେହେରା, ବାବୁ ବେହେରା,ପର୍ଶୁରାମ ବିଷୋୟୀ, ଲୋକନାଥ ବିଷୋୟୀ,ରାଜେନ୍ଦ୍ର ବିଷୋୟୀ,ଗୋଲାପି ମହାଙ୍କୁଡ, ହେମ ସେଠୀ  ପ୍ରମୁଖ ସିପିଆଇ ର ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Leave a Reply