ସ୍ୱାମୀକୁ ପାଇଲେନି, ପୁଣି ଧାରଣାରେ ବସିଲେ ଡିମ୍ପଲ
1 min read
ବ୍ରହ୍ମପୁର: ପୁଣି ଶ୍ୱଶୁର ଘର ଆଗରେ ବସିଲେ ବୋହୂ ତପସ୍ୱିନୀ ଦାସ ଓରଫ ଡ଼ିମ୍ପଲ । ଡିମ୍ପଲ- ସୁମିତ ପାରିବାରିକ ବିବାଦ ଏବେ ଆଉ ଏକ ମୋଡ଼ ନେଇଛି। ଡିମ୍ପଲଙ୍କ ପିଟିସନ ଖାରଜ କଲେ କୋର୍ଟ । ଶାଶୂଘରେ ରହିବାକୁ ଅନୁମତି ଦେଲେନି SDJM । ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଲେ । କୋର୍ଟଙ୍କ ଏଭଳି ରାୟ ପରେ ପୁଣି ସୁମିତଙ୍କ ଘର ଆଗରେ ବସିଛନ୍ତି ଡିମ୍ପଲ ।
ପୁଣି ଥରେ ସମାଜସେବୀ ପ୍ରମିଳାଙ୍କ ସହ ସୁମିତଙ୍କ ଘର ଆଗରେ ଧାରଣାରେ ବସିରହିଛନ୍ତି ଡ଼ିମ୍ପଲ । ସେ କହିଛନ୍ତି ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ସେ କୁଆଡେ ଯିବେନିହିଁ । ସୂଚନା ମୁତାବକ କୋର୍ଟକୁ ଏକ ଅନୁମତି ମାଗିଥିଲେ ଡ଼ିମ୍ପଲ । ସେ ସ୍ୱାମୀ ଘର ଆଗରେ ଧାରଣାରେ ବସି ରହିବାକୁ ଅନୁମତି ମାଗିଥିଲେ କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଥିଲେ ।