ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଡ୍ରୋନ ଉଡାଇ ଭିଡ଼ିଓ ଭାଇରାଲ

ପୁରୀ : ପୁଣି ପୁରୀ ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଡ୍ରୋନ ଉଡାଇ ଭିଡ଼ିଓ ଭାଇରାଲ ।  ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରାଯାଇ ଭାଇରାଲ୍ କରାଯାଇଛି । ମନୀଷ ସୋଲାଙ୍କି ନାମକ ଜଣେ ବ୍ୟକ୍ତି ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଶ୍ରୀମନ୍ଦିର ଉପର ଭିଡ଼ିଓକୁ ଉଠାଇବା ସହ ସେହି ଭିଜୁଆଲକୁ ଅପଲୋଡ଼ କରିଥିବା ନଜରକୁ ଆସିଛି । ଏହି ଭିଡିଓରେ ସେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିର ବାହାର ଓ ଭିତର ସରଞ୍ଚନାକୁ ଉତ୍ତଳନ କରିଥିବା ନଜରକୁ ଆସୁଛି । ବ୍ଲଗର ଜଣକ ଶ୍ରୀମନ୍ଦିର ବିଷୟରେ ଅନେକ ସୂଚନା ଦେଉଥିବା ବେଳେ ଶ୍ରୀମନ୍ଦିର ଉପର ଭିଜୁଆଲକୁ ସ୍ପଷ୍ଟ ଦେଖାଉଥିବା ଜଣାପଡିଛି। ଯେଉଁଥିରେ ଶ୍ରୀମନ୍ଦିର ଭିତର ବେଢ଼ା ଆଦିର ଚିତ୍ର ରହିଛି। ତେବେ ଭିଡିଓଟି ଗତ ୭ ଦିନ ତଳେ ଅପଲୋଡ଼ ହୋଇଥିବା ବେଳେ ଭିଜୁଆଲ କେବେ ନିଆଯାଇଛି ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଯାହାକି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଓ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି।