କିଛି ଦିନ ସ୍ଥିର ରହିବା ପରେ ପୁଣି ବଢ଼ିଛି ସୁନା ଦର । ଏଥରକ ସବୁ ରେକର୍ଡ଼ ଭାଙ୍ଗିଛି ଦର । ଗୋଟିଏ ଦିନରେ ୧୧ ହଜାର ଟଙ୍କା ବଢିଲା ସୁନା ଦର। ୨୪ କାରେଟ ସୁନା ଦର ହେଲା ୧ ଲକ୍ଷ ୭୮ ହଜାର ୯୫୦ ଟଙ୍କା।ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ବଢ଼ି ହୋଇଛି ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା। ସେହିପରି ରୁପା କେଜି ପ୍ରତି ଦର ୪ ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ସହିତ ଗଢ଼ା ମୂଲ୍ୟ ଏବଂ ଜିଏସ୍ଟିକୁ ମିଶାଇଲେ ଗହଣା ପାଇଁ ଗ୍ରାହକଙ୍କୁ ସୁନା କିଣିବା ବହୁ ମହଙ୍ଗା ହୋଇଯାଇଛି ।

