ଓଡ଼ିଶାରେ ପୁଣି ନବୀନ ସରକାର! ଉଭୟ ବିଧାନସଭା ଓ ଲୋକସଭା ଆସନରେ ବଢିବ ବିଜେଡି ସିଟ୍

ଭୁବନେଶ୍ବର: ୨୪ରେ ଓଡ଼ିଶାରେ ବିଜେଡି ସରକାର। ଉଭୟ ବିଧାନସଭା ଓ ଲୋକସଭା ଆସନରେ ବଢିବ ବିଜେଡି ସିଟ୍। ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବେ ନବୀନ। ଜାତୀୟ ଗଣମାଧ୍ୟମର ଏଭଳି ଆକଳନ ପରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡି ନେତା । ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ଅତୁଟ ରହିଥିବାରୁ ବିଜେଡିକୁ ପୁଣିଥରେ ଆଶୀର୍ବାଦ କରି ଓଡ଼ିଶାବାସୀ ଶାସନ ଭାର ଦେବେ ବୋଲି ବରିଷ୍ଠ ବିଜେଡି ନେତା କହିଛନ୍ତି। ସେପଟେ ଚବିଶରେ ବିଜେପି ତୃତୀୟ ସ୍ଥାନକୁ ଚାଲିଯିବ ବୋଲି କଂଗ୍ରେସ କହିଛି। ଜାତୀୟ ଗଣମାଧ୍ୟମ ଆକଳନ ଓ ନେତାଙ୍କ ଭବିଷ୍ୟବାଣୀକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି।

ଚବିଶରେ ବି ନବୀନ ଶାସନ। ବିଜେଡି ସପକ୍ଷରେ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ । ଲୋକସଭା ଓ ବିଧାନସଭାରେ ବିଜେଡି ରହିବ ନମ୍ବର ଓ୍ବାନ। ବିଜେଡି କହିଲା, ନିର୍ବାଚନରେ ସବୁ ରେକର୍ଡ ଭାଙ୍ଗିବ ଦଳ। ୨୦୨୪ ସାଧାରଣ ନିର୍ବାଚନରେ ଷଷ୍ଠଥର ଓଡ଼ିଶା ଶାସନର ମଙ୍ଗ ଧରିବ ବିଜେଡି। ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ରାଜନୀତି ଇତିହାସରେ ନୂଆ ରେକର୍ଡ କରିବେ। ବିଜେଡି ସପକ୍ଷରେ ରହିଛି ଜନମତ। ପୁଣିଥରେ ଜାତୀୟ ଗଣମାଧ୍ୟମ ଆକଳନରେ ଏପରି ମତ ପ୍ରକାଶ ପାଇଛି । ନବୀନ ଓ ବିଜେଡି ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ବାସ ଅତୁଟ ରହିଥିବା ବିଭିନ୍ନ ଗଣମାଧ୍ୟମର ଜନମତ ସର୍ଭେ ପ୍ରକାଶ କରିଛି। ଉଭୟ ବିଧାନସଭା ଓ ଲୋକସଭାରେ ବିଜେଡିର ଆସନ ବୃଦ୍ଧି ପାଇବା ସହ ଭୋଟହାର ମଧ୍ୟ ବଢିବ।

ନିର୍ବାଚନର କିଛିମାସ ପୂର୍ବରୁ ୨୪ଫଳାଫଳକୁ ନେଇ ଆସୁଥିବା ରିପୋର୍ଟ ଉପରେ ମତ ରଖିଛନ୍ତି ବିଜେଡିର ବରିଷ୍ଠ ନେତା। ୨୦୨୪ରେ ଓଡ଼ିଶାବାସୀ ବିଜେଡିକୁ ପୁଣି ଆର୍ଶୀବାଦ କରିବେ ଓ ଦଳର ବଡ଼ ବିଜୟ ହେବ। ଏପରିକି ଦଳ ଅତୀତର ସବୁ ରେକର୍ଡ ଭାଙ୍ଗିବ ବୋଲି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ବିଜେଡିର ବିଜୟ ଧାରା ଜାରି ରହିବ। ନିର୍ବାଚନ ଲାଗି ଯେତେ ସର୍ଭେ ରିପୋର୍ଟ ଆସିବ ସବୁଥିରେ ବିଜେଡି ପ୍ରତି ଜନମତ ରହିବ ବୋଲି ବିଧାୟକ ଅମର ଶତପଥୀ କହିଛନ୍ତି।

୫ଟି ରାଜ୍ୟରେ ନିର୍ବାଚନ ପରେ ଦେଶରେ ବିଭିନ୍ନ ରାଜ୍ୟର ରାଜନୈତିକ ପାଣିପାଗ ନେଇ ଜାତୀୟ ଗଣମାଧ୍ୟମରେ ଆକଳନ କରାଯାଉଛି । ଏନେଇ ବିଜେପିକୁ କଡା ଟାର୍ଗେଟ୍ କରିଛି କଂଗ୍ରେସ। ଓଡ଼ିଶାରେ ବିଜେପି ୨୪ ନିର୍ବାଚନରେ ତୃତୀୟ ସ୍ଥାନକୁ ଯିବ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି। ରାଜନୈତିକ ସମୀକ୍ଷକମାନେ ମଧ୍ୟ ବିଜେଡି ସପକ୍ଷରେ ଜନମତ ଥିବା କହିଛନ୍ତି ।

୨୬ବର୍ଷ ଜନସେବାକୁ ମୂଳମନ୍ତ୍ର କରି ନବୀନ ଅପରାଜେୟ ଓ ଅପ୍ରତିଦ୍ବନ୍ଦୀ ନେତା ଭାବେ ଦେଶ ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୨୦୧୯ ପରେ ପଞ୍ଚାୟତ, ପୌର ଓ ୮ଟି ଉପନିର୍ବାଚନରେ ଓଡ଼ିଶାବାସୀ ବିଜେଡିକୁ ଏକପାଖିଆ ବିଜୟୀ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ପ୍ରତି ଥିବା ଓଡ଼ିଶାବାସୀଙ୍କ ବିଶ୍ବାସ ଓ ଭରସା ବିଭିନ୍ନ ଜାତୀୟ ଗଣମାଧ୍ୟମ ସର୍ଭେ ରିପୋର୍ଟରେ ପ୍ରତିଫଳିତ ହେଉଛି ।