ଦୁଇ ମାସର ହାତୀଛୁଆ ମୃତ

1 min read

ଦୁଇ ମାସର ଶିଶୁହାତୀର ମୃତ୍ୟୁ ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରେଞ୍ଜ୍ ଅର୍ନ୍ତଗତ ହାତୀବାରି ରାଣୀବଗିଚା ନଦୀଟୋଲା ନିକଟରେ ଏକ ହାତୀଛୁଆର ମୃତ୍ୟୁ ହୋଇଛି । ଗତ ରାତିରେ ହାତୀଛୁଆ ସହ ଏକ  ୫ଟିକିଆ ହାତୀପଲ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ହାତୀଛୁଆଟି ପଡ଼ି ଯାଇଥିଲା । ଶିଶୁହାତୀକୁ ନେବା ପାଇଁ ହାତୀପଲ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ତେବେ ହାତୀଛୁଆର ମୃତ୍ୟୁ କାରଣ ଜଣା ପଡ଼ିନାହିଁ  । ସୂଚନା ମିଳିବା ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ')}

Leave a Reply